ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ସିପିଆଇ(ଏମ୍) ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଜଣାପଡୁଥିଲା। ମାତ୍ର ଏହା ସମ୍ଭବପର ନୁହେଁ ବୋଲି ଏବେ ସୂଚନା ମିଳିଛି। ଆସନ ବୁଝାମଣା ନେଇ ଉଭୟ ଦଳ ମଧ୍ୟରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ଏଥିନେଇ କୌଣସି ଫର୍ମୁଲା ବି ବାହାରିନଥିଲା। ଏହାଫଳରେ ସିପିଆଇ(ଏମ୍) ଏକାକୀ ନିର୍ବାଚନ ଲଢିବାର ସ୍ଥିର କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ମେଣ୍ଟକୁ ନେଇ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହୋଇପାରିଲା ନାହିଁ।
ଅପରପକ୍ଷରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସୋମେନ୍ ମିତ୍ର ଅଭିଯୋଗ କରିଛନ୍ତି ଯେ ସିପିଆଇ(ଏମ୍) ମେଣ୍ଟ ପାଇଁ ଆଗ୍ରହ ଦେଖାଇଲା ନାହିଁ। ଏପରିକି ମେଣ୍ଟ ସଂପର୍କୀତ ବୈଠକକୁ ମଧ୍ୟ ବାତିଲ କରିଲା। ଏହାଫଳରେ କଂଗ୍ରେସ ପଶ୍ଚିମବଙ୍ଗରେ ଏକୁଟିଆ ନିର୍ବାଚନ ଲଢିବ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦଳ ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନରେ ପ୍ରତିନ୍ଦ୍ୱନ୍ଦ୍ୱିିତା କରିବ। କଂଗ୍ରେସ ତୃଣମୂଳ କଂଗ୍ରେସ ସହ କୌଣସି ପ୍ରକାରର ମେଣ୍ଟର ସମ୍ଭାବନା ନାହିଁ ବୋଲି କହିଛନ୍ତି ସୋମେନ୍ ମିତ୍ର।