ମମତାଙ୍କୁ ଝଟକା : ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ୧୧ ଟିଏମସି ନେତା; ବିଧାୟକ,ସାଂସଦ ସାମିଲ୍

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତାଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି।  ଆଗାମୀ ନିର୍ବାଚନ ନେଇ ବିଜେପି ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ କଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଏ ମଧ୍ୟରେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ୧୧ ଜଣ ତୃଣମୂଳ କଂଗ୍ରେସ ନେତା । ଏମାନଙ୍କ ମଧ୍ୟରେ ୫ ବିଧାୟକ, ଜଣେ ସାଂସଦ ଏବଂ ଜଣେ ପୂର୍ବତନ ସାଂସଦ ମଧ୍ୟ ବିଜେପିରେ ଯୋଗ ଦେଇଥିବା ଜଣାପଡ଼ିଛି।  ଦୁଇ ଦିନିଆ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହା ଏବେ ପଶ୍ଚିମବଙ୍ଗର ମେଦିନପୁରରେ ରାଲି କରୁଥିବା ବେଳେ ଏହି ଅବସରରେ ଟିଏମସିର ୧୧ଜଣ ନେତା ବିଜେପି ହାତ ଧରିଛନ୍ତି। ଏମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ଛାଡ଼ିଥିବା ପ୍ରଭାବଶାଳୀ ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ସାସଦ ସୁନୀଲ୍ ମଣ୍ଡଲ ମଧ୍ୟ ସାମିଲ୍ ଅଛନ୍ତି।

indiatoday

ବିଜେପିରେ ସାମିଲ ହୋଇଥିବା ୧୧ଜଣ ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ଶୁଭେନ୍ଦୁ ଅଧିକାରୀ, ତାପସୀ ମଣ୍ଡଲ, ଅଶୋକେ ଦିଣ୍ଡା, ସୁଦୀପ ମୁଖାର୍ଜୀ, ସାଇକତ ପଞ୍ଜା, ଶିଳ୍ପଭଦ୍ର ଦତ୍ତା,ଦୀପାଲି ବିଶ୍ବାସ, ସୁକ୍ରା ମୁଣ୍ଡା, ଶ୍ୟାମ୍ପଦା ମୁଖାର୍ଜୀ, ବିଶ୍ୱଜିତ କୁଣ୍ଡୁ ଏବଂ ବନାସ୍ରୀ ମୈତ୍ରୀ । ୧୧ଜଣ ବିଧାୟକ ଦଳ ଛାଡ଼ିବା ପରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହା। ସେ କହିଛନ୍ତି, ବିଜେପି ଅନ୍ୟ ଦଳରୁ ନେତା ନେଉଥିବା କଥା ମମତା ବାନାର୍ଜୀ କହୁଥିଲେ। କିନ୍ତୁ ସେ ଭୁଲି ଯାଇଛନ୍ତି ଯେ, ସେ ନିଜେ ମଧ୍ୟ କଂଗ୍ରେସ ସହ ସେଭଳି କରିଥିଲେ। କଂଗ୍ରେସ ଛାଡ଼ି ସେ ନିଜର ସ୍ବତନ୍ତ୍ର ଦଳ ଟିଏମସି ତିଆରି କରିଥିଲେ। ଯଦି ପଶ୍ଚିମବଙ୍ଗର ଲୋକମାନେ ପରିବର୍ତ୍ତନ ପାଇଁ ବିଜେପି ସହିତ ହାତ ମିଳାଉଛନ୍ତି, ତେବେ ସେ କାହିଁକି ଚିନ୍ତିତ? ଏହା କେବଳ ଆରମ୍ଭ | ନେତାମାନେ ନିଜ ଇଚ୍ଛାରେ ଟିଏମସି ଦଳ ଛାଡୁଛନ୍ତି | ପଶ୍ଚିମବଙ୍ଗର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଅବସ୍ଥାରେ ଅଛି। କ୍ଷମତା ବିଜେପି ହାତକୁ ଗଲେ ହିଁ ଏଥିରେ ସୁଦ୍ଧାର ଆସିପାରିବ ବୋଲି କହିିଛନ୍ତି ଅମିତ ଶାହା।

ସମ୍ବନ୍ଧିତ ଖବର