ଖାଲି ହାତରେ ଫେରିଲା ସିବିଆଇ, ସମର୍ପଣ କଲାନି ପଶ୍ଚିମବଙ୍ଗ ପୁଲିସ୍

କୋଲକାତା: କାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ପଶ୍ଚିମବଙ୍ଗ ପୁଲିସର ସିଆଇଡି ସିବିଆଇକୁ ହସ୍ତାନ୍ତର କରିନାହିଁ । ଶେଖଙ୍କୁ ହେପାଜତକୁ ନେବା ପାଇଁ ସିବିଆଇ ଟିମ୍ ଅର୍ଦ୍ଧସାମରିକ ବାହିନୀ (ସିଆରପିଏଫ) ସହ କୋଲକାତାର ସିଆଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା।

ହାଇକୋର୍ଟଙ୍କ ରାୟ ବିରୋଧରେ ପଶ୍ଚିମବଙ୍ଗର ମମତା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରେ ବୁଧବାର (ମାର୍ଚ୍ଚ ୬, ୨୦୨୪) କୋର୍ଟ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି ମଙ୍ଗଳବାର ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିବାକୁ ଦାବି କରିଛନ୍ତି।

ଶେଖ୍ ଶାହାଜାହାନଙ୍କୁ ଗତ ସପ୍ତାହରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନର ଏକ ଘରୁ ଗିରଫ କରାଯାଇଥିଲା। ତା ବିରୋଧରେ ଦାଦାବଟି ଆଦାୟ, ଜମି ଜବରଦଖଲ ଓ ଯୌନ ନିର୍ଯାତନା ଆଦି ଗୁରୁତର ଅଭିଯୋଗ ରହିଛି । ସେପଟେ ଇଡି ଶାହଜାହାଁର ଏକ ଆପାର୍ଟମେଣ୍ଟ, ଜମି ସମେତ ୧୨.୭୮ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି।

ସମ୍ବନ୍ଧିତ ଖବର