ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେ ଚିକିତ୍ସା ପାଇଁ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଆଡୁ ଶୁଭେଚ୍ଛା ଓ ଶୁଭକାମନା ମିଳିଥିବା ବେଳେ ଚର୍ଚ୍ଚାରେ ରହିଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟୁଇଟ୍। ସବୁ ସମୟରେ ବିଭିନ୍ନ ଘଟଣା ନେଇ ଜେଟ୍ଲୀଙ୍କୁ ଟାର୍ଗେଟ କରି ସମାଲୋଚନା କରୁଥିବା ରାହୁଲ ନିଜର ବଡ଼ପଣ ଦେଖାଇ ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ଅର୍ଥମନ୍ତ୍ରୀଙ୍କୁ ତାଙ୍କର ଭଲପାଇବା ଦେଖାଇଛନ୍ତି।
I'm upset to hear Arun Jaitley Ji is not well. We fight him on a daily basis for his ideas. However, I and the Congress party send him our love and best wishes for a speedy recovery. We are with you and your family 100% during this difficult period Mr Jaitley.
— Rahul Gandhi (@RahulGandhi) 16 January 2019
ସେ ଟୁଇଟ୍ କରି ଲେଖିଛନ୍ତି, ‘ଅରୁଣ ଜେଟ୍ଲୀଜୀ ଅସୁସ୍ଥ ଥିବା ଶୁଣି ମୁଁ ଦୁଃଖୀତ। ତାଙ୍କ ବିଚାର ପାଇଁ ଦୈନିକ ଆମେ ତାଙ୍କ ସହ ଲଢ଼ିଥାଉ। ମୁଁ ଏବଂ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ବହୁତ ସାରା ଭଲପାଇବା ଓ ଶୁଭେଚ୍ଛା। ଆପଣଙ୍କର ଏହି ଖରାପ ସମୟରେ ଆମେ ଆପଣ ଓ ଆପଣଙ୍କ ପରିବାର ସହ ଅଛୁ।’ ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ନିଜର କିଡନି ସମ୍ବନ୍ଧିତ ରୋଗର ଉତ୍ତମ ଚିକିତ୍ସା କରିବା ପାଇଁ ଆମେରିକା ଯାଇଥିବା ସୂଚନା ରହିଛି।