ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନ ଅକ୍ତିଆର କରି ପୁଣି କ୍ଷମତାକୁ ଫେରିବ। ହିନ୍ଦୁସ୍ତାନ ଟାଇମ୍ସ ଲିଡର୍ସିପ୍ ସମିଟ୍ରେ ଉଦ୍ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ୍ ଶୁକ୍ରବାର ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦେଶର ଅର୍ଥନୀତି ବାବଦରେ ସେ କହିଛନ୍ତି, ଏନ୍ଡିଏ ଶାସନକୁ ଆସିବା ପରେ ଦେଶର ଅର୍ଥନୀତି ଅତ୍ୟନ୍ତ ଖରାପ ସ୍ଥିତିେର ଥିଲା। ପୂର୍ବ ସରକାରରେ ଏଭଳି େହାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ପୁଣି ଏହାକୁ ଠିକ୍ ରାସ୍ତାକୁ ଆଣିଥିଲେ। ଅନ୍ୟପକ୍ଷରେ ସମିଟ୍ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ଆମେ ଲକ୍ଷ୍ୟ ରଖିଛୁ। ଏଥିପାଇଁ ଆମେ ବିଭିନ୍ନ ବିରୋଧୀ ଦଳ ସହିତ ମହାମେଣ୍ଟ ସ୍ଥାପନ କରିବୁ। ତେବେ ପ୍ରଥମେ ଆମେ ବିଜେପିକୁ ହରାଇବୁ ଏବଂ ପରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଥା ଚିନ୍ତା କରିବୁ ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି, ଦେଶର ୧୩୦ କୋଟି ଲୋକଙ୍କ ଉପରେ ମୋଦୀ ସରକାର ନିଜ ନିଷ୍ପତ୍ତିକୁ ଲଦିଦେଇ ସେମାନଙ୍କୁ ବିଭିନ୍ନ ଦିଗରୁ ଆକ୍ରମଣ କରୁଛନ୍ତି। କିନ୍ତୁ କଂଗ୍ରେସର ଏଭଳି ନୀତି ନୁହେଁ। ଲୋକଙ୍କ ସ୍ବାର୍ଥ କଥା ଚିନ୍ତା କରି ଦଳ କାର୍ଯ୍ୟ କରିଛି। ଭାରତ ହେଉଛି ଲୋକମାନଙ୍କର ଏକ ସହଯୋଗିତା ଏବଂ କଂଗ୍ରେସ ଏ ବାବଦରେ ବଦ୍ଧପରିକର। କଂଗ୍ରେସ କଦାପି ଦୋମୁହାଁ ନୀତିେର କାର୍ଯ୍ୟ କରିନାହିଁ କି କରିବ ନାହିଁ େବାଲି ସେ କହିଛନ୍ତି। ରାହୁଲ କହିଛନ୍ତି, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିବ।
୨୦୧୯ରେ କ୍ଷମତାକୁ ଫେରିବୁ
/sambad/media/post_attachments/wp-content/uploads/2018/10/piyush-goyal.jpg)
/sambad/media/agency_attachments/2024-07-24t043029592z-sambad-original.webp)