ମିଡିଆ ଟ୍ରାଏଲ୍‌କୁ ଆମେ ସମର୍ଥନ କରୁନୁ: କେନ୍ଦ୍ର

ମୁମ୍ବାଇ : ମିଡିଆ ଟ୍ରାଏଲ୍‌ ପ୍ରସଙ୍ଗରେ କେନ୍ଦ୍ର ସରକାର ବମ୍ବେ ହାଇକୋର୍ଟରେ ମତ ରଖିଛନ୍ତି। ସରକାର ମିଡିଆ ଟ୍ରାଏଲ୍‌ ସପକ୍ଷରେ ନାହାନ୍ତି ବୋଲି କହିଛନ୍ତି। ତେବେ ଉଭୟ ପ୍ରିଣ୍ଟ୍‌ ଏବଂ ଇଲେ‌କଟ୍ରୋନିକ୍‌ ମିଡିଆ ପାଇଁ ପୂର୍ବରୁ ବୈଧାନିକ ଏବଂ ସ୍ବ ନିୟାମକ ନିର୍ଦ୍ଦେଶାବଳି ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ ଟିଭି ଚ୍ୟାନେଲ୍‌ ପାଇଁ ଏକ ଘରୋଇ ସଂସ୍ଥା ନ୍ୟାସନାଲ୍‌ ବ୍ରଡକାଷ୍ଟର ଆସୋସିଏସନ୍‌କୁ ସୁପ୍ରିମକୋର୍ଟ ନିୟାମକ ପ୍ରାଧିକରଣ ଭାବେ ରଖିଛନ୍ତି। ‌ ଗଣମାଧ୍ୟମ ସ୍ବାଧୀନତାରେ ହସ୍ତକ୍ଷେପ ନକରିବା ଉଚିତ୍‌ ବୋଲି ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ବୋଲି କେନ୍ଦ୍ର ସରକାର ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କିଛି ନ୍ୟୁଜ୍‌ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଖବର ଉପରେ ରୋକ ଲଗାଇବା ପାଇଁ ବମ୍ବେ ହାଇକୋର୍ଟରେ ଏକ ପିଆଇଏଲ୍‌ ଦାଖଲ ହୋଇଥିଲା। ଦାଖଲ ହୋଇଥିବା ଏହି ପିଆଇଏଲ୍‌ରେ କିଛି ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଆବେଦନକାରୀ ଥିଲେ। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ କିଛି ନ୍ୟୁଜ୍‌ ଚ୍ୟାନେଲ୍‌ ମିଡିଆ ଟ୍ରାଏଲ୍‌ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ମୁଖ୍ୟ ବିଚାରପତି ଦିପଙ୍କର ଦତ୍ତ ଏବଂ ଜଷ୍ଟିସ୍‌ ଜି ଏସ୍‌ କୁଲକର୍ନିଙ୍କ ଖଣ୍ଡପୀଠରେ ଗତକାଲି ଏହି ମାମଲାର ଶୁଣାଣି ହୋଇଥିଲା। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍‌ ଅନିଲ ସିଂହ ଗତକାଲି କହିଥିଲେ ଯେ, ଟିଭି ନ୍ୟୁଜ୍‌ ବିଷୟବସ୍ତୁ ପାଇଁ ପୂର୍ବରୁ ବୈଧାନିକ ନିୟମାବଳି ରହିଛି। କିନ୍ତୁ ସରକାର ଆଦୌ ମିଡିଆ ଟ୍ରାଏଲ୍‌ ସପକ୍ଷରେ ନାହାନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର