ନୂଆଦିଲ୍ଲୀ : ଭାରତୀୟ ନୌସେନା ଦିବସ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର କହିଛନ୍ତି ଯେ ଭାରତ ମହାସାଗରୀୟ ଅଞ୍ଚଳରେ ଚୀନ୍ ଜହାଜଗୁଡ଼ିକର ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି।
କୁମାରଙ୍କ କହିବା ଅନୁସାରେ ଚାରିରୁ ଛଅଟି ଚୀନ୍ ଯୁଦ୍ଧ ଜାହାଜ ଯେକୌଣସି ସମୟରେ ଦେଖିବାକୁ ମିଳୁଛି। ତା’ ସହ ଗବେଷଣା ଜାହାଜ ସମେତ ବହୁସଂଖ୍ୟକ ମାଛଧରା ଜାହାଜ ମଧ୍ୟ ଅଛି। ସେଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସେମାନେ ଆମ ସ୍ବାର୍ଥବିରୋଧୀ କୌଣସି କାର୍ଯ୍ୟ ଯେପରି ନ କରନ୍ତି, ତାହା ସୁନିଶ୍ଚିତ କରାଯାଉଛି ବୋଲି କୁମାର କହିଥିଲେ।
ଆଡମିରାଲ କୁମାର କହିଥିଲେ ଯେ, ସାମ୍ପ୍ରତିକ ରୁଷ୍-ୟୁକ୍ରେନ୍ ଯୁଦ୍ଧରୁ ଆମେ ଏହି ଶିକ୍ଷା ପାଇଛୁ ଯେ ଆମ ସୁରକ୍ଷାର ଆବଶ୍ୟକତା ପାଇଁ ଆମେ ପର ଉପରେ କେବଳ ନିର୍ଭରଶୀଳ ହୋଇ ରହିଲେ ଚଳିବ ନାହିଁ। ଆତ୍ମନିର୍ଭର ଭାରତ ପାଇଁ ସରକାର ଆମକୁ ସ୍ପଷ୍ଟ ଗାଇଡ୍ଲାଇନ୍ ଦେଇଛନ୍ତି। ଅଗ୍ନିବୀର ଯୋଜନା ଏକ ବିରାଟ ସଫଳତା ବୋଲି ନୌସେନା ମୁଖ୍ୟ କହିଥିଲେ। ସେ କହିଥିଲେ ଯେ, ଆମେ ବର୍ତ୍ତମାନ ୩୦୦୦ ଅଗ୍ନିବୀରଙ୍କୁ ପାଇଛୁ, ଯେଉଁମାନଙ୍କ ମଧ୍ୟରେ ୩୪୧ ଜଣ ମହିଳା ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/naval-chief.jpg)