ବାଲାଟ ପେପର ଯୁଗ ଆଉ ଫେରିବ ନାହିଁ- ମୁଖ୍ୟ ନିର୍ବାଚନ କମିସନର

ନୂଆଦିଲ୍ଲୀ: ଇଭିଏମ ହ୍ୟାକିଂ ନେଇ ପ୍ରତିଦିନ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ଆସୁଛି। ବିଶେଷ କରି ନିକଟରେ ଜଣେ ହ୍ୟାକର ଏ ନେଇ ଏକ ଗୁରୁତର ଅଭିଯୋଗ ବିଦେଶରେ କରିବା ପରେ ଭାରତୀୟ ଗଣତନ୍ତ୍ରୀକ ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ତେଣୁ ପୁଣି ଥରେ ପୁରୁଣାକାଳିଆ ବାଲଟ ପେପର ବ୍ୟବସ୍ଥା ପଚଳନ ପାଇଁ ଦାବି ହେଉଛି। ଇଭିଏମ ଟାମ୍ପରିଂ ନେଇ ରାଜନୈତିକ ଟଣାଓଟରା ଲାଗି ରହିଥିବା ବେଳେ ମୁଖ୍ୟ ନିର୍ବାଚନ କମିସନ ଏ ନେଇ ମୂହଁ ଖୋଲିବା ସହିତ ଏକ ବଡ଼ ବୟାନ ଦେଇଛନ୍ତ। ଆଗାମୀ ଦିନରେ ଦେଶ ଆଉ ପୁରୁଣା କାଳିଆ ବାଲଟ ପେପର ବ୍ୟବସ୍ଥା ଅପଣାଇବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା କହିଛନ୍ତି।

ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ମୁଁ ସ୍ପଷ୍ଟ ଭାବେ ଜଣାଇ ଦେବାକୁ ଚାହେଁ ଯେ ଆମେ ଆଉ ସେହି ବାଲଟ ପେପର ଯୁଗକୁ ଫେରୁ ନାହାଁନ୍ତି। ଅର୍ଥାତ ଆଉ ନିର୍ବାଚନ ପାଇଁ ବାଲଟ ପେପର ବ୍ୟବହାର ହେବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିସନର ସ୍ପଷ୍ଟ କରି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଇଭିଏମର ବିଶ୍ୱସନୀୟତା ନେଇ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଏହାକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟରେ ମଧ୍ୟ ମାମଲା ହୋଇଛି। ଯାହାକୁ ସୁପ୍ରିମ କୋର୍ଟ ଖାରଜ ମଧ୍ୟ କରିଦେଇଛନ୍ତି। ଇଭିଏମ ମେସିନର ବିଶ୍ୱସନୀୟତା ବୃଦ୍ଧି ପାଇଁ ଇଭିଏମ ସହିତ ନିର୍ବାଚନ କମିସନ ଭିଭିପାଟ୍‌ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛନ୍ତି। ତଥାପି କେତେକ ରାଜନୈତିକ ଦଳ ଇଭିଏମ ବଦଳରେ ବାଲାଟ ପେପର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦାବି କରୁଛନ୍ତିି। ଇଭିଏମ ଦ୍ୱାରା ନିର୍ବାଚନ କରାଯାଉଥିବାରୁ ଖୁବ୍‌ ଶୀଘ୍ର ଭୋଟ୍‌ ଫଳାଫଳ ମିଳି ପାରୁଛି।ଏପରିକି ବୁଥ ରିଗିଂର ସମ୍ଭାବନା ମଧ୍ୟ ହ୍ରାସ ପାଇଛି।

ୁଖ୍ୟ ନିର୍ବାଚନ କମିସନର ଶ୍ରୀ ଆରୋରା କହିଛନ୍ତି ଯେ ଆମେ ନିର୍ବାଚନରେ ଇଭିଏମ ଓ ଭିଭିପାଟ୍‌ ବ୍ୟବହାର କରିବୁ। ଏ ନେଇ ରାଜନୈତକ ଦଳଠାରୁ ଆରମ୍ଭ କରି ସମସ୍ତ ସଙ୍ଗଠନ, ବ୍ୟକ୍ତିବିଶେଷଙ୍କର ସମସ୍ତ ପ୍ରକାର ସମାଲୋଚନା ଓ ମତାମତ, ବନ୍ତବ୍ୟକୁ ନିର୍ବାଚନ କମିସନ ସ୍ୱାଗତ କରିବେ। କିନ୍ତୁ ବାଲାଟ ପେପର ପ୍ରଚଳନ ଆଉ ହେବ ନାହିଁ ବୋଲି ଶ୍ରୀ ଆରୋରା କହିଛନ୍ତି।

ସମ୍ବନ୍ଧିତ ଖବର