ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ୪ ବିଚାରପତିଙ୍କ ମଧ୍ୟରୁ ଅନ୍ୟତମ କୁରିଏନ୍ ଜୋସେଫ୍ ଆଜି କହିଛନ୍ତି ଯେ ଆମେ ନ୍ୟାୟ ଏବଂ ନାୟପାଳିକାର ସୁରକ୍ଷା ପାଇଁ ସ୍ୱର ଉଠାଇଛୁ ଏବଂ ଯେଉଁ ସମସ୍ୟା ଅଛି ତାହାର ନିଶ୍ଚିତ ସମାଧାନ ହେବ। ଆଜି କେରଳରେ ଏକ ସ୍ଥାନୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କୁରିଏନ୍ କହିଛନ୍ତି ଯେଉଁଭଳି ସ୍ଥିତି ଲାଗି ରହିଛି ସେଥିରେ ପରିବର୍ତ୍ତନ ହେବା ଆବଶ୍ୟକ। ଏଥିରେ ପରିବର୍ତ୍ତନ ହେଲେ ହିଁ ଲୋକତନ୍ତ୍ର ସୁରକ୍ଷିତ ରହିପାରିବ ବୋଲି ସେ କହିଛନ୍ତି। ଅନେକ କ୍ଷେତ୍ରରେ ସୁପ୍ରିମ୍ କୋର୍ଟ ପ୍ରଶାସନ ଠିକ୍ ଢ଼ଙ୍ଗରେ କାର୍ଯ୍ୟ କରୁନାହିଁ। ବିଗତ କିଛି ମାସ ମଧ୍ୟରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି, ଯାହାକି ଆଦୌ ଗ୍ରହଣଯୋଗ୍ୟ ନୁହେଁ। ତେବେ ନ୍ୟାୟପାଳିକାର ଏହି ସମସ୍ୟା ସେମାନେ ଲୋକଲୋଚନକୁ ଆଣି ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରିଛନ୍ତି ବୋଲି କୁରିଏନ କହିଛନ୍ତି।
ନ୍ୟାୟପାଳିକାର ସୁରକ୍ଷା ପାଇଁ ସ୍ୱର ଉଠାଇଛୁ: ବିଚାରପତି ଜୋସେଫ୍
/sambad/media/post_attachments/wp-content/uploads/2018/01/justice-Joseph.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)