କଶ୍ମୀର ପ୍ରସଙ୍ଗରେ ଭାରତ ସହ ଆଲୋଚନା ଚାହୁନାହିଁ: ଇମ୍ରାନ

ଇସଲାମାବାଦ୍‌: ଜମ୍ମୁ କଶ୍ମୀର ସଂକ୍ରାନ୍ତ ଧାରା ୩୭୦ ଉଚ୍ଛେଦ‌ ନେଇ ପାକିସ୍ତାନ ସବୁଆଡ଼ୁ ନିରାଶ ହେବାପରେ ଏବେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତର ଦ୍ବାରସ୍ଥ ହେବ ବୋଲି କହିଛି। ତେବେ କଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା ପାଇଁ ବାରମ୍ବାର ଭାରତ ସରକାରଙ୍କୁ ଅନୁରୋଧ କରିଥିବା ଇମ୍ରାନ୍‌ ଏବେ ବିଦେଶୀ ଗଣମାଧ୍ୟମରେ ନିଜ ହତାଶାଭାବ ପ୍ରକାଶ କରିଛନ୍ତି। ଇମ୍ରାନ୍‌ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଭାରତ ସହ କଥାବାର୍ତ୍ତା ପାଇଁ ସେ ଆଦୌ ଆଗ୍ରହୀ ନୁହନ୍ତି। ପୂର୍ବରୁ ସେ କଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା ପାଇଁ ବହୁବାର ଅନୁରୋଧ କରିଛନ୍ତି, କିନ୍ତୁ ଭାରତ ଏହାକୁ ତୁଷ୍ଟୀକରଣ ଭାବିଥିବା ଇମ୍ରାନ୍‌ କହିଛନ୍ତି। ଏହାବାଦ୍‌ ପରମାଣୁ କ୍ଷମତାସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ମଧ୍ୟ‌ରେ ବଢ଼ୁଥିବା ଉତ୍ତେଜନା ପାଇଁ ଇମ୍ରାନ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର