ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବହୁ ପରିମାଣରେ ବୃଦ୍ଧି ପାଇଛି। ଉଭୟ ଦେଶ ଯୁଦ୍ଧର ଦ୍ୱାରଦେଶରେ ଠିଆ ହୋଇଛନ୍ତି। ତେବେ ୟୁରୋପୀୟ ସଂଘ ଦୁଇଦେଶ ଉତ୍ତେଜନା ହ୍ରାସ ପାଇଁ ପ୍ରସ୍ତାବ ଦେଇଛି । ଏହାର ପ୍ରତିକ୍ରିୟାରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୟୁରୋପ ସମେତ ସମଗ୍ର ବିଶ୍ୱକୁ ଏକ ସ୍ପଷ୍ଟ ଏବଂ ସିଧାସଳଖ ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର ଆର୍କଟିକ ସର୍କଲ ଇଣ୍ଡିଆ ଫୋରମ୍ ୨୦୨୫ରେ କହିଛନ୍ତି “ଭାରତକୁ ସହଯୋଗୀଙ୍କ ଆବଶ୍ୟକତା ଅଛି, ଉପଦେଷ୍ଟା ନୁହେଁ । ବିଶେଷକରି ନିଜ ଘରେ ଗୋଟିଏ ଉପଦେଶ, ଅନ୍ୟମାନଙ୍କ କ୍ଷେତ୍ରରେ ଅନ୍ୟ ଏକ ଉପଦେଶ ଦେବାବାଲା ଆମର ଆବଶ୍ୟକ ନାହିଁ ।“
ଡକ୍ଟର ଜୟଶଙ୍କର କହିଛନ୍ତି ଯେ ଭାରତ ପାରସ୍ପରିକ ସମ୍ମାନ ଏବଂ ବୁଝାମଣା ପ୍ରଦର୍ଶନ କରୁଥିବା ଦେଶମାନଙ୍କ ସହିତ କାମ କରିବାକୁ ଚାହୁଁଛି। ସେ ୟୁରୋପକୁ କଟାକ୍ଷ କରି କହିଥିଲେ ଯେ କିଛି ୟୁରୋପୀୟ ଦେଶଙ୍କ ମୂଲ୍ୟବୋଧ ଓ କର୍ମରେ ବିରାଟ ପାର୍ଥକ୍ୟ ରହିଛି ।
ଭାରତ ଓ ପାକିସ୍ତାନ କୂଟନୈତିକ ଆଲୋଚନା ମାଧ୍ୟମରେ ନିଜର ବିବାଦ ସମାଧାନ କରନ୍ତୁ ଓ ଉତ୍ତେଜନା ହ୍ରାସ କରନ୍ତୁ ବୋଲି ୟୁରୋପୀୟ ସଂଘ ଗତ କାଲି ପରାମର୍ଶ ଦେଇଥିଲା । ଏହାକୁ ନେଇ ଭାରତ କ୍ଷୁବ୍ଧ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2019/06/Jaishankar1_630_630.jpg)