ମସ୍କୋ : ରୁଷ୍ ଲଗାତାର ଭାବେ ୟୁକ୍ରେନ୍ରେ ଆକ୍ରମଣ ଜାରି ରଖିଛି। କଥାବାର୍ତ୍ତାରେ କିଛି ଅଗ୍ରଗତି ହୋଇଛି ବୋଲି ଉଭୟ ପକ୍ଷ କହିଥିଲେ ସୁଦ୍ଧା ରୁଷ୍ ଲଗାତାର ଭାବେ ୟୁକ୍ରେନ୍ର ପ୍ରମୁଖ ସହର ଗୁଡ଼ିକରେ ବୋମାମାଡ଼ କରୁଛି। ତେବେ ରୁଷ୍ ଆଜି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି। ରୁଷ୍ କହିଛି ଏହା ଆମେରିକା ସହ ଲଗାତାର ଯୋଗାଯୋଗରେ ରହିଛି ଏବଂ ଆମେରିକା ସହ ଏହା ସୁରକ୍ଷା ପ୍ରସଙ୍ଗରେ ଏବଂ ଷ୍ଟାର୍ଟ୍ (ଷ୍ଟ୍ରାଟେଜିକ୍ ଆର୍ମ୍ସ ରିଡକ୍ସନ୍ ଟ୍ରିଟି) ପ୍ରସଙ୍ଗରେ କଥା ହେବାପାଇଁ ପ୍ରସ୍ତୁତ ଅଛି। ରୁଷ୍ ଉପ ବିଦେଶ ମନ୍ତ୍ରୀ ସେର୍ଗି ରୢାବକବ୍ କହିଛନ୍ତି, ମସ୍କୋ ଏବଂ ୱାସିଂଟନ୍ ଲଗାତାର ଯୋଗାଯୋଗରେ ରହିଛନ୍ତି। ତେବେ ୟୁକ୍ରେନ୍ ସଂକ୍ରାନ୍ତରେ କଥାବାର୍ତ୍ତା ପାଇଁ ୱାସିଂଟନ୍ ପ୍ରସ୍ତୁତ ନାହିଁ ବୋଲି ରୁଷ୍ କହିଛି। ରୢାବକବ୍ କହିଛନ୍ତି, ରୁଷ୍ ସେନା ୟୁକ୍ରେନ୍ରେ ପ୍ରବେଶ କରିବା ପୂର୍ବରୁ ଗତମାସରେ ସିକ୍ୟୁରିଟି ଗ୍ୟାରେଣ୍ଟି ସଂକ୍ରାନ୍ତରେ ଆମେରିକା ଏବଂ ନାଟୋକୁ ଏକ ପ୍ରସ୍ତାବ ପଠାଯାଇଥିଲା। କିନ୍ତୁ ଏବେ ଏହି ପ୍ରସ୍ତାବର ଆଉ କୌଣସି ଗୁରୁତ୍ବ ନାହିଁ ବୋଲି ସେ କହିଛନ୍ତି। ରୁଷ୍ ବିରୋଧରେ ଲାଗିଥିବା କଟକଣା ପାଇଁ ଏବେ ଏହି ପ୍ରସ୍ତାବର ଆଉ କୌଣସି ଗୁରୁତ୍ବ ନାହିଁ । ତେବେ ଆମେରିକା ସହ ସୁରକ୍ଷା ପ୍ରସଙ୍ଗରେ କଥା ହେବାପାଇଁ ରୁଷ୍ ରାଜି ଅଛି। ଏହା ଆମେରିକା ଦ୍ବାରା ବନ୍ଦ ହୋଇଛି ବୋଲି ରୁଷ୍ କହିଛି।
ଆମେରିକା ସହ ଲଗାତାର ଯୋଗାଯୋଗରେ ରହିଛୁ: ରୁଷ୍
/sambad/media/post_attachments/wp-content/uploads/2022/03/russia-and-america.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)