ଆମର ବଳ ସତ୍ୟ, ଚୀନ୍‌ର ବଳ ବନ୍ଧୁକ: ଦଲାଇ ଲାମା

ନୂଆଦିଲ୍ଲୀ: ବଡ଼ଦିନ ଅବସରରେ ଚୀନ୍‌କୁ ଏକ ବାର୍ତ୍ତା ଦେଇ ଅଧ୍ୟାତ୍ମିକ ନେତା ଦଲାଇ ଲାମା କହିଛନ୍ତି: ଆମ ପାଖରେ ସତ୍ୟର ବଳ ଅଛି। ଚୀନ୍‌ର କମ୍ୟୁନିଷ୍ଟ୍‍ମାନଙ୍କର ପାଖରେ ଅଛି ବନ୍ଧୁକର ବଳ। ବନ୍ଧୁକର ବଳ ଠାରୁ ସତ୍ୟର ବଳ ଖୁବ୍‌ ଟାଣୁଆ ବୋଲି ଶେଷରେ ପ୍ରତିପାଦିତ ହୁଏ।

ସେ ଆହୁରି କହିଛନ୍ତି: ବିଶ୍ୱରେ ସର୍ବାଧିକ ବୌଦ୍ଧମର୍ଧୀ ଥିବା ଅନ୍ୟତମ ଦେଶ ହେଉଛି ଚୀନ୍‌। ଧୀରେ ଧୀରେ ସେଠାକାର ବୌଦ୍ଧଧର୍ମୀମାନେ ଅନୁଭବ କଲେଣି ଯେ ଆମେ ଯେଉଁ ପ୍ରକାର ବୌଦ୍ଧଧର୍ମ ପାଳନ କରୁଛୁ ତାହା ସତ୍ୟ।

ବିହାରର ଗୟା ଠାରେ ତିବ୍ଦତୀୟ ଅଧ୍ୟାତ୍ମିକ ନେତା ଦଲାଇ ଲାମା ଏ ଭଳି ମନ୍ତବ୍ୟ ଦେଇଛନ୍ତି। ଗୟାରେ ସେ ୧୪ ଦିନ ରହିବେ।

ଜାନୁଆରି ୬ ତାରିଖ ଦିନ ୫୦ ହଜାର ଲୋକଙ୍କ ଆଗରେ ସେ ବକ୍ତତା ଦେବାର କାର୍ଯ୍ୟକ୍ରମ ରହିଛି।

Image Source: Zoom News

ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ ଚୀନ୍‌ ଓ ତିବ୍ଦତ ବୌଦ୍ଧବାଦୀମାନେ ବିବାଦ କରୁଛନ୍ତି। ଦଲାଇ ଲାମାଙ୍କ ପୁନଃଅବତାର ପ୍ରଥା ଚାଲୁ ରଖିବା ଉପରେ ଚୀନ୍‌ ଗୁରୁତ୍ୱାରୋପ କରୁଥିବା ବେଳେ ଅନେକ ତିବ୍ଦତୀୟ ଏହାକୁ ବିରୋଧ କରି କହୁଛନ୍ତି ଯେ ଉତ୍ତରାଧିକାରୀଟିଏ ଲଦି ଦେବାକୁ ଏଇଟା ବେଜିଙ୍ଗ୍‌ର ପ୍ରଚେଷ୍ଟା।

ସେ ପ୍ରସଙ୍ଗରେ ଏତେ ଶୀଘ୍ର ଆଲୋଚନା କରିବାର ବେଳ ଉପସ୍ଥିତ ହୋଇ ନାହିଁ ବୋଲି କହି କଥା ଟାଳି ଚାଲିଛନ୍ତି ଦଲାଇ ଲାମା। ସେ କହିଛନ୍ତି: ଆପଣମାନେ ମୋ ପୁନଃଅବତାର ବିଷୟରେ ବହୁତ ଆଲୋଚନା କରୁଛନ୍ତି। ମୋତେ ୮୪ କି, ୮୫ ବର୍ଷ ହେବ। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ତେଣୁ ମୋର ପୁନଃଅବତାର ବିଷୟରେ ଆପଣମାନେ ଏତେ ତରବର ହେଉଛନ୍ତି କାହିଁକି?

ସମ୍ବନ୍ଧିତ ଖବର