ନୂଆଦିଲ୍ଳୀ: ପାକିସ୍ତାନର ବାଲାକୋଟଠାରେ ଭାରତୀୟ ବାୟୁସେନା କରିଥିବା ଏୟାର୍ ଷ୍ଟ୍ରାଇକ୍କୁ ନେଇ ପାକିସ୍ତାନକୁ ତାତ୍ସଲ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ‘ପାକିସ୍ତାନ ଆମ ସେନା ଯବାନଙ୍କ ଉପରେ ଆକ୍ରମଣ କଲା ଆମେ ଚୁପ୍ ରହିଲୁ। ମାତ୍ର ଆମେ ଯେତେବେଳେ ତାଙ୍କ ଉପରେ ଆକ୍ରମଣ କଲୁ ସେମାନେ ସକାଳ ୫ଟାରୁ କାନ୍ଦିବା ଆରମ୍ଭ କରିଦେଲେ। ପାକିସ୍ତାନ ଭାବିଥିଲା ଆମେ ଉରି ଆକ୍ରମଣର ଜବାବ ଯେଉଁଭଳି ଭାବେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଦେଇଥିଲୁ ଏଥର ବି ସେପରି ଦେବୁ। ସେଥିପାଇଁ ସେ ଭୂମିରେ ସବୁ ପ୍ରକାର ପ୍ରସ୍ତୁତିରେ ରହିଥିଲା। ମାତ୍ର ଆମେ ଏୟାର୍ ଷ୍ଟ୍ରାଇକ୍ କରି ପାକିସ୍ତାନକୁ ଚମକାଇ ଦେଲୁ।
ସର୍ଜିକାଲ୍ ଷ୍ଟ୍ରାଇକ୍ ବିଷୟରେ ଆମେ ଦେଶକୁ ସବୁ କିଛି ଜଣାଇଥିଲୁ। ମାତ୍ର ଏଥର ଆମେ ଯାହା କରିପାରିଥାନ୍ତୁ ତାହା କଲୁ, ପୂରା ନୀରବ ଭାବରେ। ପାକିସ୍ତାନ ୫ଟାରେ ଟୁଇଟର୍ରେ କାନ୍ଦିବା ଆରମ୍ଭ କରିଦେଲା। ମୋଦି ମାରିଦେଲା, ମୋଦି ମାରିଦେଲା କହି ପାକିସ୍ତାନ କାନ୍ଦୁଥିବା ବେଳେ ଆଉ କିଛି ଲୋକ ଭାରତର ଖାଇ ପାକିସ୍ତାନକୁ ସାହାଯ୍ୟ କରିବା କଥା କହୁଛନ୍ତି।’
ମୋଦି ଆହୁରି ବି କହିଛନ୍ତି କି ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ଆମ ସାହାସୀ ସୈନିକମାନେ ଏପରି ନେଲେ ଯେପରି ଦଶନ୍ଧୀ ଦଶନ୍ଧୀ ଧରି ନିଆଯାଇ ନ ଥିଲା।