ଆମେ ସକାରାତ୍ମକ ପରିବର୍ତ୍ତନ ଆଣିବା ଆବଶ୍ୟକ, ସାମାଜିକ ନ୍ୟାୟ ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ସାମାଜିକ ନ୍ୟାୟ ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେ କହିଲେ, ଦେଶରେ ଲୋକବଳ, କୁଶଳ ଏବଂ ସମ୍ବଳ ଅଛି, ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଖାଲି ଅଭିଯାନ ଶୈଳୀରେ କାମ କରବା ଆବଶ୍ୟକ।
ହ୍ୟୁମାନ୍‌ ଡେଭେଲପ୍‌ମେଣ୍ଟ୍‌ ଇଣ୍ଡେକ୍‌ସ୍‌ରେ ଭାରତର ସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ବିକାଶ ପ୍ରକ୍ରିୟାରେ ସର୍ବସାଧାରଣଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଛନ୍ତି।

ସେ କହିଲେ, ପ୍ରତିଯୋଗିତା ଏବଂ ସହଯୋଗିତା ସଙ୍ଘୀୟବାଦ ଉଚ୍ଛ୍ୱାସ ଦେଶ ପାଇଁ ଉତ୍ତମ ହୋଇଥିବାରୁ ଏହାକୁ ବଢ଼ାଇବା ଆବଶ୍ୟକ।
ସର୍ବସାଧାରଣଙ୍କ ଭୂମିକା ସର୍ବଦା ସହାୟକ ହୋଇଥାଏ। ଯେଉଁଠି ଅଧିକାରୀମାନେ ଲୋକମାନଙ୍କ ସହ କାମ କରିଛନ୍ତି ଏବଂ ସେମାନଙ୍କୁ ବିକାଶ ପ୍ରକ୍ରିୟାରେ ସମ୍ପୃକ୍ତ କରିଛନ୍ତି, ଫଳ ପରିବର୍ତ୍ତିତ ରୂପ ନେଇଛି। ମୋଦି ନେସ୍‌ନାଲ୍‌ ଲେଜିସ୍‌ଲେଟର୍ସ କନ୍‌ଫରେନ୍‌ସ୍‌ରେ ଭାଷଣ ଦେଇ ଏ କଥା କହିଛନ୍ତି।

ସେ କହିଛନ୍ତି: ପ୍ରତି ରାଜ୍ୟରେ ଅଳ୍ପ କେତେକ ଜିଲ୍ଲା ଅଛି ଯେଉଁଠି ଉନ୍ନତିର ମାନ ଅତି ବଳିଷ୍ଠ। ସେମାନଙ୍କ ଠାରୁ ଶିଖି ଆମେ ଦୁର୍ବଳିଆ ଜିଲ୍ଲାଗୁଡ଼ିକରେ ତାହା ପ୍ରୟୋଗ କରିପାରିବା।

ସାଂସଦମାନଙ୍କର ସମ୍ମିଳନୀ ଆୟୋଜନ କରିବାରେ ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନଙ୍କର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଲେ, ଗୁରୁତ୍ୱପୂର୍ଣ୍ଣ ମାମଲା ସମ୍ବନ୍ଧରେ ଆଲୋଚନା କରିବାକୁ ବିଭିନ୍ନ ରାଜ୍ୟରୁ ସାଂସଦମାନେ ଏକତ୍ର ହେବା ଉତ୍ତମ କଥା।

ଯେଉଁ ଅଞ୍ଚଳର ଜିଲ୍ଲାଗୁଡ଼ିକ ଉନ୍ନତି ଆବଶ୍ୟକ କରୁଛନ୍ତି, ସେଗୁଡ଼ିକୁ ଚିହ୍ନଟ କରିବା ଅତ୍ୟାବଶ୍ୟକ ଏବଂ ତହିଁର ତ୍ରୁଟିବିଚ୍ୟୁତି ବାଛିବା ଅପରିହାର୍ଯ୍ୟ।
ଜିଲ୍ଲାଗୁଡ଼ିକରେ ଗୋଟିଏ ମାତ୍ର କଥା ଯଦି ଆମେ ପରିବର୍ତ୍ତନ କରିବାକୁ ସ୍ଥିର କରିବା, ଅନ୍ୟାନ୍ୟ ଅସୁବିଧା ସବୁ ଦୂରେଇବା ପାଇଁ କାମ କରିବାର ବାଗ ପାଇଯିବା।

ସମ୍ବନ୍ଧିତ ଖବର