ନୂଆଦିଲ୍ଲୀ: ପାକ୍‌  ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଭାରତର   ନାଁ, ଭାରତର ପ୍ରଶଂସା।  ଆଉ ରହିପାରିଲେନି କି  ସହି ପାରିଲେନି ।  କହୁକହୁ କହିଦେଲେ  ପୁଟିନ୍‌ଙ୍କ ଆଗରେ ।  ପୁଟିନ୍‌ଙ୍କୁ ସାକ୍ଷାତକରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ କହିଲେ ଋଷ୍‌ ଆଉ ଭାରତ ମଧ୍ୟରେ ବଢୁଥିବା ସମ୍ପର୍କକୁ ମୁଁ ସମ୍ମାନ ଜଣାଉଛି ।  ଦୟାକରି ପାକ୍‌ ସହିତ  ସମ୍ପର୍କ ଏବଂ ମଧ୍ୟ ବନ୍ଧୁତ୍ବ ମଧ୍ୟ ରଖନ୍ତୁ ।  ଆମେ  ଆପଣଙ୍କ ସହିତ ସୁସମ୍ପର୍କ ରଖିବାକୁ ଚାହୁଁଛୁ ।  ମୋର ଅନୁରୋଧ ରକ୍ଷା କରନ୍ତୁ ।  ପୁଟିନ୍‌ଙ୍କ ଆଗରେ ଏଭଳି କାକୁତିମିନତି, ନେହୁରା ହୋଇ ପାକିସ୍ତାନ ସହ ବନ୍ଧୁତା ରଖିବାକୁ ଶେହବାଜ ସରିଫ୍‌ ଅନୁରୋଧ କରିଛନ୍ତି ।  ଖାଲି ଏପରି ନେହୁରା ହୋଇନଥିଲେ  ପୁଟୁନ୍‌ଙ୍କ ଖୁବ୍‌ ପ୍ରଶଂସା ମଧ୍ୟ କରିଥିଲେ  ଆଉ କହିଥିଲେ ଆପଣ ଜଣେ ଡାଇନାମିକ୍‌ ଲିଡର.. ।  ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ତାନ ବିଭିନ୍ନ କ୍ଷେତ୍ରରେ ରୁଷ ସହିତ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଗ୍ରହୀ ।  

Advertisment

ଏହି ବୈଠକ ସମୟରେ, ଶରିଫ ପାକିସ୍ତାନର ରାଜନୈତିକ ଏବଂ ଅର୍ଥନୈତିକ ସ୍ଥିତି ଉପରେ ମଧ୍ୟ ଆଲୋକପାତ କରିଥିଲେ । ପାକିସ୍ତାନ ନିକଟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ, ରୁଷ ସହିତ ନିକଟତର ହେବା ଦ୍ୱାରା ଏହାକୁ କିଛି ମାତ୍ରାରେ ସହାୟତା ମିଳିପାରେ ବୋଲି ଆଶା କରାଯାଉଛି ।  ରୁଷର ଶକ୍ତି ଏବଂ ପ୍ରାକୃତିକ ସମ୍ପଦରୁ ପାକିସ୍ତାନ ଲାଭ ଉଠାଇବାକୁ ଚାହେଁ ।

ଅନ୍ତର୍ଜାତୀୟ ରାଜନୀତିରେ ରୁଷ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ୟୁକ୍ରେନ ଯୁଦ୍ଧ ପରେ, ରୁଷ ବିରୋଧରେ ଅନେକ ଦେଶ ପ୍ରତିବନ୍ଧକ ଲଗାଇଥିଲେ, କିନ୍ତୁ କିଛି ଦେଶ ରୁଷ ସହିତ ସମ୍ପର୍କ ବଜାୟ ରଖିଛନ୍ତି। ଏଭଳି ପରିସ୍ଥିତିରେ, ପାକିସ୍ତାନର ରୁଷ ସହିତ ସମ୍ପର୍କ ସ୍ଥାପନ କରିବା ଏକ ବଡ଼ କୂଟନୈତିକ ପଦକ୍ଷେପ ।
ଶେହବାଜ୍‌, ପୁଟିନ୍‌ଙ୍କୁ ଏପରି ପ୍ରଶଂସା  କରିବା ନେଇ କୁହାଯାଉଛି  ଯେ ପାକ୍‌ ଋଷ୍‌ର ନିକଟତର ହେବାକୁ ଚାହୁଁଛୁ । 

ଏସିଓ ସମ୍ମିଳନୀରେ ମୋଦୀ, ପୁଟିନ୍‌ଙ୍କୁ ନିକତର ଦେଖି ବୋଧ୍‌ ହୁଏ  ସହ୍ୟ କରିପାରୁନାହାଁନ୍ତି ଶେହବାଜ୍‌ ।  ପୂର୍ବରୁ ଏସ୍‌ସିଓ ସମ୍ମିଳନୀରେ ସରିଫ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏବଂ ହାତ ମିଳାଇବା ପାଇଁ  ପୁଟିନ୍‌ଙ୍କ ପଛରେ ଦୌଡ଼ୁଥିବାର ଦେଖାଯାଇଥିଲା । ଏହି ଘଟଣାଟି ଗ୍ରୁପ ଫଟୋ ସୁଟ୍‌  ପରେ ଘଟିଥିଲା, ଯେତେବେଳେ ପୁଟିନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଶାହବାଜ ସରିଫଙ୍କ ସାମ୍ନା ଦେଇ ଯାଉଥିଲେ । ସରିଫଙ୍କ ଏହି କାର୍ଯ୍ୟ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଥିଲା ।