୧୨,୬୦୦ କୋଟି ବଞ୍ଚାଇଛୁ: ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି

ନୂଆଦିଲ୍ଲୀ: ଫ୍ରାନ୍‌୍‌ସ ସହିତ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ସଂପନ୍ନ କରି ଏନ୍‌୍‌ଡିଏ ସରକାର ଦେଶର ୧୨ ହଜାର ୬୦୦ କୋଟି ଟଙ୍କା ବଞ୍ଚାଇଛନ୍ତି। ଏନ୍‌ଡିଏ ସରକାର ଏ ବାବଦରେ କହିଛନ୍ତି ଯେ ଫ୍ରାନ୍‌୍‌ସ ସହିତ ୩୬ଟି ଯୁଦ୍ଧ ବିମାନର ଚୁକ୍ତି ସମେତ ଅନ୍ୟ ଯୁଦ୍ଧାସ୍ତ୍ର, ପ୍ରଶିକ୍ଷଣ ଏବଂ ରକ୍ଷଣାବେକ୍ଷଣ ବାବଦରେ ବଡ଼ ଧରଣର ସଂଚୟ ସମ୍ଭବ ହୋଇପାରିଛି। ଅତ୍ୟାଧୁନିକ ରାଫେଲ କ୍ରୟ ବାବଦରେ ମୂଲ୍ୟବୃଦ୍ଧି ନେଇ କଂଗ୍ରେସର ଅଭିଯୋଗ ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସରକାର ତାଙ୍କ ସଫେଇରେ କହିଛନ୍ତି। ସମସ୍ତ ଯୁଦ୍ଧ ବିମାନକୁ ଉଡ଼ାଣ ସ୍ଥିତିରେ କ୍ରୟ କରାଯାଇଛି ଏବଂ ଏହି ଚୁକ୍ତି ସଂପନ୍ନ ହେବାପରେ ଭାରତର ୧୨, ୬୦୦ କୋଟି ଟଙ୍କା ସଂଚୟ ହୋଇପାରିଛି ସରକାର କହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଏହି ଚୁକ୍ତି ସପନ୍ନ କରିବାରେ ବ୍ୟର୍ଥ ହୋଇଥିଲେ ଏବଂ ୟୁପିଏ ଚୁକ୍ତିରେ କେବଳ ୧୮ଟି ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ସ୍ଥିତିରେ ମିଳିବ ବୋଲି କୁହାଯାଇଥିଲା।

ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରିଲାଏନ୍‌୍‌ସ ଡିଫେନ୍‌୍‌ସ କମ୍ପାନିକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନିକଟରେ କଡ଼ା ସମାଲୋଚନା କରିଥିଲେ। କେବଳ ଜଣେ ବ୍ୟବସାୟୀଙ୍କୁ ଫାଇଦା ଦେବାପାଇଁ ଫ୍ରାନ୍ସରୁ କିଣାଯିବାକୁ ଥିବା ୩୬ଟି ରାଫେଲ ଲଢୁଆ ବିମାନ ଚୁକ୍ତିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଥିଲେ। ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନି ସହ ସଲାସୁତୁରାରେ ବିଜେପି ଫ୍ରାନ୍ସ ସହ ଅଧିକ ମୂଲ୍ୟରେ ରାଫେଲ ଚୁକ୍ତି କରିଛି ବୋଲି କଂଗ୍ରେସ ଅଭିଯୋଗ କରିବା ପରେ ଏଭଳି ଅଭିଯୋଗ ଅତ୍ୟନ୍ତ ଲଜ୍ଜାଜନକ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। କଂଗ୍ରେସର ଏଭଳି ବୟାନ୍‌କୁ ସମ୍ପୂର୍ଣ୍ଣ ମନଗଢା ଓ ଭିତ୍ତିହୀନ ବୋଲି ଫ୍ରାନ୍ସ କହିଥିବା ବେଳେ କଂଗ୍ରେସ ତା’ର ଆପତ୍ତିଜନକ ମନ୍ତବ୍ୟରୁ ନ ଓହରିଲେ ଅଦାଲତଙ୍କ ଦ୍ୱାରସ୍ଥ ହେବାଲାଗି ରିଲାଏନ୍ସ କମ୍ପାନି ମଧ୍ୟ ପ୍ରସ୍ତୁତ ହେଉଛି। ସୂଚନାଯୋଗ୍ୟ ୨୦୧୬ ମସିହାରେ ଭାରତୀୟ ବାୟୁସେନା ପାଇଁ ୩୬ଟି ରାଫେଲ ଲଢୁଆ ବିମାନ ଆଣିବା ପାଇଁ ଏନ୍‌୍‌ଡିଏ ସରକାର ଫ୍ରାନ୍ସର ବିମାନ ତିଆରି କମ୍ପାନି ଡେସଲ୍‌ଟ ସହ ଚୁକ୍ତି କରିଥିଲେ । ରିଲାଏନ୍ସ ଡିଫେନ୍ସ କମ୍ପାନିର ମଧ୍ୟସ୍ଥତାରେ ମୋଟ ୫୮ହଜାର କୋଟି ଟଙ୍କାରେ ଏହି ଚୁକ୍ତି ହୋଇଛି ।

ସମ୍ବନ୍ଧିତ ଖବର