ଗୋ ହତ୍ୟା ଦେଖିଲେ ଗୁଳି କରିଦେବୁୁ: ଗୋ ରକ୍ଷା କମାଣ୍ଡୋ ଫୋର୍ସ

ରାମଲୀଲା ପଡ଼ିଆରେ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ରାମଲୀଲା ପଡ଼ିଆରେ ଚାଲିଥିବା ‘ଗୋ ମାତା ପ୍ରତିଷ୍ଠା ଆନ୍ଦୋଳନ’ରେ ସାମିଲ ଥିବା ଜଣେ ନେତା ରବିବାର ବିବାଦୀୟ ବୟାନ ଦେଇଛନ୍ତି। ରାଜସ୍ଥାନ ଗୋ ରକ୍ଷା କମାଣ୍ଡୋ ଫୋର୍ସର ଅଧ୍ୟକ୍ଷ ଏସଏସ ଟାଇଗର ମଞ୍ଚ ଉପରୁ କହିଛନ୍ତି, ଯେଉଁଠାରେ ବି ଗାଈଙ୍କ ହତ୍ୟା କରାଯାଉଥିବା ଦେଖିବୁ, ଗୁଳି କରିଦେବୁ। ସେ କହିଛନ୍ତି, ଆମକୁ କୌଣସି ଆଇନ କିମ୍ବା ସମ୍ବିଧାନକୁ ଡରୁନାହୁଁ। ଯେଉଁଠାରେ ଗାଈଙ୍କୁ କଟାଯିବ, ସେଠାରେ ଆମେ କଂସେଇ ବସାଇବୁ।

ଟାଇଗର କହିଛନ୍ତି, ଆପଣଙ୍କୁ ଦେଖାଯାଉ ନାହିଁ ଯେ, ଗୋ ହତ୍ୟା କରାଯାଉଛି। ମନ୍ତ୍ରୀ ଓ ନେତା ନୀରବ ରହି ପାରନ୍ତି କିନ୍ତୁ ଆନେ ଚୁପ୍‌ ରହିପାରିବୁ ନାହୁଁ। ଯଦି ଆମର ମା’ ସହିତ କେହି ଅତ୍ୟାଚାର କରେ, ଆମେ କ’ଣ ଚୁପ ରହିପାରିବା। ସେ କହିଛନ୍ତି, ଆମର ମା’ଙ୍କୁ ଯଦି କିଏ କାଟେ, ତା’ ହେଲେ କ’ଣ ଆମେ ଛାଡ଼ି ପାରିବା। ଆମେ ପ୍ରଶାସନର ଆଦେଶକୁ ଅପେକ୍ଷା କରିଛୁ। ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି, ଯଦି ମୋଦୀ ଗୋ ମାତାକୁ ରାଷ୍ଟ୍ରୀୟ ମାତା ଘୋଷଣା ନ କରନ୍ତି ଓ ସମ୍ପୂର୍ଣ୍ଣ ଭାବରେ ଗୋହତ୍ୟା ନେଇ ପ୍ରତିବନ୍ଧକ ନ ଲଗାନ୍ତି, ନା କେବଳ ଆନ୍ଦୋଳନ ଓ ଧାରଣ ଦେବୁ ବରଂ ଗୋ ହତ୍ୟା ଦେଖିଲେ ଗୁଳି କରିଦେବୁ।

ସେ କହିଛନ୍ତି, ଆମେ ସ୍ପଷ୍ଟ ଭାବରେ କହି ରଖୁଛୁ ଯେ, ଦେଶର ଆଇନ ବ୍ୟବସ୍ଥା ଯାହା ବି କରୁ, ଆମକୁ ଫାଶୀ ଦେଇ ଦେଉ, ଜେଲ ଦଣ୍ଡ ଦେଉ, ତଥାପି ଆମେ ଗୋହତ୍ୟାକୁ ସହ୍ୟ କରିପାରିବୁ ନାହିଁ। ହିନ୍ଦୁସ୍ତାନ ୧୦୦ କୋଟି ହିନ୍ଦୁଙ୍କ ଦେଶ, ଯେଉଁଥି ପାଇଁ ହିନ୍ଦୁ ରାଷ୍ଟ୍ର କୁହାଯାଇ ଥାଏ।

ସମ୍ବନ୍ଧିତ ଖବର