ପାନାଜୀ: ବିଦ୍ରୋହୀ ବିଧାୟକମାନେ ଏବେ ମଧ୍ୟ ଶିବସେନାର ସଦସ୍ୟ ଥିବାରୁ ଉଦ୍ଧବ ଠାକ୍ରେଙ୍କୁ ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ ବୋଲି ଆଜି ଗୋଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଦ୍ରୋହୀ ଶିବସେନା ବିଧାୟକ ଦୀପକ କେସରକର୍ କହିଛନ୍ତି।
ସେ କହିଛନ୍ତି, ଉଦ୍ଧବ ଠାକ୍ରେ ଇସ୍ତଫା ଦେବା ପରେ ଆମେ ଉତ୍ସବ ପାଳନ ଭଳି ବାତାବରଣ କରିନାହୁଁ। ସେ ଜଣେ ସମ୍ମାନୀୟ ନେତା। ଆମେ ଠାକ୍ରେଙ୍କ ପରିବାରକୁ ବି ବିରୋଧ କରୁନାହୁଁ। ‘ମହା ବିକାଶ ଅଘାଡ଼ି’ ସହ ମେଣ୍ଟ ଭାଙ୍ଗିଲେ ଆମେ ଉଦ୍ଧବଜୀଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। କିନ୍ତୁ, ଏବେ ବି ସେ ସେମାନଙ୍କ ମେଣ୍ଟରେ ଅଛନ୍ତି। ଆମେ ଠାକ୍ରେଙ୍କ ନାଁରେ ମାମଲା ରୁଜୁ କରି ସୁପ୍ରିମ୍ କୋର୍ଟକୁ ଯାଇ ନ ଥିଲୁ। ଏବେ ମଧ୍ୟ ଆମର ତାଙ୍କ ପ୍ରତି ସମ୍ମାନବୋଧ ରହିଛି।
Image Courtesy of The Times of Indiaଏକନାଥ ସିନ୍ଦେ ମୁମ୍ବାଇ ଅଭିମୁଖେ ଯାଇଛନ୍ତି। ଯାହାକିଛି ନିଷ୍ପତ୍ତି ନିଆଯିବ, ତାହା ରାଜ୍ୟର ବିକାଶ ନିମନ୍ତେ ନିଆଯିବ ବୋଲି ସେ କହିଛନ୍ତି। ଆମେ କାହା ପ୍ରତି ବିଶ୍ବାସଘାତକତା କରିନାହୁଁ। ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ଲାଗି ସଞ୍ଜୟ ରାଉତ ଏଭଳି ବିବୃତି ଦେଉଛନ୍ତି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଶିବସେନା ଗୋଟିଏ ଦଳ, କିନ୍ତୁ ବିଧାନସଭାରେ ତା’ର ଏବେ ଦୁଇଟି ଗୋଷ୍ଠୀ। ଆଜି ମଧ୍ୟ ଏକନାଥ ସିନ୍ଦେ ବିଧାୟକ ଦଳର ନେତା ଅଟନ୍ତି।
ସେପଟେ, ବିଜେପି ନେତା ଦେବେନ୍ଦ୍ର ଫଡ଼ନବୀସଙ୍କୁ ଭେଟିବା ଲାଗି ଏକନାଥ ସିନ୍ଦେ ଏବେ ଗୋଆ ହୋଟେଲ୍ରୁ ମୁମ୍ବାଇ ଯାଇଛନ୍ତି। ସରକାର ଗଠନ କରିବା ନିମନ୍ତେ ଉଭୟ ମିଶି ଅପରାହ୍ଣ ୩ଟା ବେଳେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବେ। ଏକନାଥ ସିନ୍ଦେ କହିଛନ୍ତି, ବିଧାୟକମାନେ ଗୋଆରେ ଅଛନ୍ତି, କିନ୍ତୁ ମୁଁ ଆଜି ମୁମ୍ବାଇ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/kesarkar.jpg)