ନୂଆଦିଲ୍ଲୀ : ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଏଏପି)ର ବିପୁଳ ବିଜୟ ପରେ ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଆମେ ରାଜନୀତିର ଧାରା ବଦଳାଇଦେବୁ ବୋଲି କହିଛନ୍ତି। ଏଥି ସହ ସେ ମୁକ୍ତିଯୋଦ୍ଧା ସହିଦ ଭଗତ ସିଂହଙ୍କ ଏକ ଉକ୍ତିକୁ ଉଦ୍ଧାର କରି କହିଛନ୍ତି, ‘ସ୍ବାଧୀନତା ପରେ ବ୍ୟବସ୍ଥା ନ ବଦଳିଲେ କିଛି ବଦଳିବ ନାହିଁ।’
ପଞ୍ଜାବ ବିଜୟ ପରେ ଉଲ୍ଲସିତ କେଜ୍ରିୱାଲ କହିଛନ୍ତି ଯେ, ସ୍ବାଧୀନତାର ୭୫ ବର୍ଷ ପରେ ବି ସେମାନେ କିଛି ବଦଳାଇପାରିଲେ ନାହିଁ। ଆପ୍ ଦେଶର ରାଜନୀତିକୁ ବଦଳାଇ ଦେଇଛି। ଆମେ ବ୍ୟବସ୍ଥାକୁ ବଦଳାଇଛୁ। ଆମେ ଲୋକଙ୍କ ପାଇଁ ସ୍କୁଲ ଓ ହସ୍ପିଟାଲ ଗଢ଼ିଛୁ ବୋଲି କେଜ୍ରିୱାଲ କହିଛନ୍ତି। ଏଥି ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଞ୍ଜାବର ଜନସାଧାରଣଙ୍କୁ ଆପ୍ରେ ଯୋଗ ଦେବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ବେଳେବେଳେ ଲୋକେ ଭାବନ୍ତି, ସେମାନେ ସାଧାରଣ ଲୋକ, କ’ଣ ବା କରିପାରିବେ? କିନ୍ତୁ ସେମାନେ ଜାଣି ରଖିବା ଦରକାର ଯେ ସେମାନେ ଅସମ୍ଭବକୁ ସମ୍ଭବ କରିପାରିବେ। ପୁଣି କେଜ୍ରିୱାଲ ନିଜ ବିଷୟରେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ବିରୋଧୀଏ କହୁଥିଲେ ଯେ କେଜ୍ରିୱାଲ ଜଣେ ଆତଙ୍କବାଦୀ। ଏବେ ଲୋକମାନେ ତା’ର ଉତ୍ତର ଦେଇଦେଲେ ବୋଲି କେଜ୍ରିୱାଲ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/kejariwal.jpg)