ଧାରା ୩୭୦ ଫେରିଲେ ହିଁ ନିର୍ବାଚନ ଲଢ଼ିବୁ: ମେହବୁବା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କଲେ ହିଁ ନିର୍ବାଚନ ପ୍ରକ୍ରିୟାରେ ତାଙ୍କ ଦଳ ଅଂଶ ଗ୍ରହଣ କରିବ ବୋଲି ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତି କହିଛନ୍ତି। ଏହା ସହିତ ପାକିସ୍ତାନ ସହିତ ଆଲୋଚନା ପାଇଁ ଭାରତ ସରକାର ଆଗଭର ହେବା ଉଚିତ ଏହା ଜରୁରୀ ବୋଲି ମୁଫ୍‌ତି ତାଙ୍କର ପୂର୍ବ ବୟାନକୁ ଦୋହରାଇଛନ୍ତି। ଜମ୍ମୁ କାଶ୍ମୀରରେ ନେତାମାନଙ୍କୁ ଅପରାଧୀ ଭାବେ ପରିଗଣିତ କରାଯାଉଛି ଏବଂ ଏହା ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାର ବିରୋଧୀ ବୋଲି ସେ କହିଛନ୍ତି। ଏଠାରେ ଏବେ ପ୍ରତିବାଦ କରିବାକୁ ଅଧିକାର ଛଡ଼ାଇ ନିଆଯାଉଛି ଏବଂ ଲୋକେ ମୁହଁ ଖୋଲିଲେ ଜେଲ୍‌ରେ ପୂରାଇ ଦିଆଯାଉଛି ବୋଲି ମୁ୍ଫ୍‌ତି ଅଭିଯୋଗ କରିଛନ୍ତି। ଏପରିକି ୧୫ ବର୍ଷର ବାଳକ ମଧ୍ୟ ଧାରା ୩୭୦ ଫେରାଇ ଆଣିବାକୁ ଦାବି କଲେ ତାକୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର