ନୂଆଦିଲ୍ଲୀ : ଭେଦଭାବକୁ କମ୍ କରିବା ନିମନ୍ତେ ଆମ ଲୋକଙ୍କ ପାଇଁ ଯାହା ଠିକ୍, ଆମେ ତାହା କରିବୁ। ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀରେ ଓଡ଼ିଶା ଭବନରେ ବାତ୍ୟା ସମୀକ୍ଷା କରିବା ପରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମଗ୍ର ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ରୂପେ ଅନୁଧ୍ୟାନ କରାଯାଉଛି। ଆମେ ଖୁବ ଶୀଘ୍ର ଏହାର ସମାଧାନ ବାହାର କରିବୁ। ଆମ ସରକାର ଜାତିଭିତ୍ତିକ ଜନଗଣନା ସପକ୍ଷରେ ଅଛି ଓ ଏଥିପାଇଁ ଲଢ଼ୁଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଦେଶରେ ଜାତିଭିତ୍ତିକ ଜନଗଣନାକୁ ନେଇ ବିତର୍କ ଜାରି ରହିଛି। ବିଜେଡି ପକ୍ଷରୁ ତୁରନ୍ତ ଜାତିଭିତ୍ତିକ ଜନଗଣନା କରାଇବା ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି। ଏହା ବାଦ୍ କିଛି ବିରୋଧୀ ଦଳ ମଧ୍ୟ ସେମାନଙ୍କ ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ଦାବି ଉଠାଇଛନ୍ତି।
ଲୋକଙ୍କ ପାଇଁ ଯାହା ଭଲ, ତାହା କରିବୁ: ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2020/12/Naveen-Patnaik-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)