ଇସଲାମାବାଦ: ଭାରତ ବିରୋଧରେ ସଂଘର୍ଷର ତିନି ମାସ ମଧ୍ୟରେ, ପାକିସ୍ତାନର ସାମରିକ ଅଧିକାରୀ ଏବଂ ନେତାମାନେ ଭାରତକୁ ଲଗାତାର ଧମକ ଦେଉଛନ୍ତି। ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଧମକ ଦେଇଛନ୍ତି ଯେ, ଯଦି ଆମର ଅସ୍ତିତ୍ୱ ବିପଦରେ ପଡ଼େ ତେବେ ଆମେ ଅଧା ବିଶ୍ୱକୁ ବୁଡ଼ାଇ ଦେବୁ। ତାଙ୍କର ଧମକ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆମେରିକାକୁ ଦେଇଥିବା ଧମକ ସହିତ ସମାନ। ପୁଟିନ କହିଥିଲେ, ଯଦି ରୁଷିଆର ଅସ୍ତିତ୍ୱ ବିପଦରେ ପଡ଼େ, ତେବେ ପୃଥିବୀ ମଧ୍ୟ ବଞ୍ଚି ରହିବ ନାହିଁ। ଅସୀମ ମୁନୀର ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଯାହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜାମନଗର ରିଫାଇନାରୀ ଏବଂ ଡ୍ୟାମ୍କୁ ମଧ୍ୟ ବିପଦରେ ପକାଇଛି ବୋଲି କୁହାଯାଉଛି।
ପେଣ୍ଟାଗନର ଜଣେ ପୂର୍ବତନ ଅଧିକାରୀ ଅସୀମ ମୁନିରଙ୍କ ଧମକକୁ ଓସାମା ବିନ୍ ଲାଡେନିଙ୍କ ଧମକ ବୋଲି ବର୍ଣ୍ଣନା କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ମନ୍ତବ୍ୟକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଅସ୍ଥିରକାରୀ ବୋଲି କହିଛି। ଅସୀମ ମୁନିରଙ୍କ ସହିତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଏବଂ ବିଲାୱାଲ ଭୁଟ୍ଟୋ ମଧ୍ୟ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି।
ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଏସଆଇପିଆରଆଇ) ରିପୋର୍ଟ ଅନୁଯାୟୀ, ଭାରତ ପାଖରେ ୧୮୦ଟି ପରମାଣୁ ଯୁଦ୍ଧାସ୍ତ୍ର ଥିବା ବେଳେ ପାକିସ୍ତାନ ପାଖରେ ୧୭୦ଟି ପରମାଣୁ ଯୁଦ୍ଧାସ୍ତ୍ର ଅଛି। ଯଦିଓ ରିପୋର୍ଟ ଉଭୟ ଦେଶ ପାଖରେ ଥିବା ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟାରେ ଏକ ଛୋଟ ପାର୍ଥକ୍ୟ ଦର୍ଶାଉଛି କିନ୍ତୁ ଦୁହିଁଙ୍କ କ୍ଷମତାରେ ଏକ ବିରାଟ ପାର୍ଥକ୍ୟ ରହିଛି। ଭାରତ ପାଖରେ ୪୮ଟି ବିମାନ ଭିତ୍ତିକ, ୮୦ଟି ସ୍ଥଳଭିତ୍ତିକ, ୨୪ଟି ସମୁଦ୍ରଭିତ୍ତିକ ଏବଂ ୨୮ଟି ସଂରକ୍ଷିତ ଯୁଦ୍ଧାସ୍ତ୍ର ଅଛି। ସେଥି ମଧ୍ୟରେ ସବୁଠାରୁ ଦୀର୍ଘ ଦୂରତା ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର ଅଗ୍ନି-୫ ଅନ୍ତର୍ଭୁକ୍ତ। ଏହାର ୫,୦୦୦ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଲକ୍ଷ୍ଭେଦ କରିବାର କ୍ଷମତା ରହିଛି। ଏହି କ୍ଷେପଣାସ୍ତ୍ର ଏମଆଇଆରଭି(ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବଲ୍ ରିଏଣ୍ଟ୍ରି ଭେଇକିଲ୍) ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ। ଏହି କ୍ଷେପଣାସ୍ତ୍ର ଦ୍ୱାରା ଅନେକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇପାରିବ।
ରିପୋର୍ଟ ଅନୁଯାୟୀ, ଭାରତ ୨୦୨୭ ସୁଦ୍ଧା ଅଗ୍ନି-୬ କ୍ଷେପଣାସ୍ତ୍ର ନିୟୋଜିତ କରିବାର ସ୍ଥିତିରେ ରହିବ। ଆକଳନ ଅନୁଯାୟୀ ଅଗ୍ନି-୬ର ପ୍ରାୟ ୬,୦୦୦କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରହିବ।
ଅପରପକ୍ଷରେ ପାକିସ୍ତାନ ପାଖରେ ୩୫ଟି ବାୟୁ-ଭିତ୍ତିକ, ୧୨୬ଟି ସ୍ଥଳ-ଭିତ୍ତିକ ଏବଂ ୮ଟି ସଂରକ୍ଷିତ ଯୁଦ୍ଧାସ୍ତ୍ର ଅଛି। କିନ୍ତୁ କୌଣସି ସମୁଦ୍ର-ଭିତ୍ତିକ ପରମାଣୁ ଅସ୍ତ୍ର ନାହିଁ। ପାକିସ୍ତାନ ବାବର-୩ ଏସଏଳସିଏମ ନାମକ ଏକ ସମୁଦ୍ର-ଭିତ୍ତିକ ପରମାଣୁ କ୍ରୁଜ୍ କ୍ଷେପଣାସ୍ତ୍ର ଉପରେ କାମ କରୁଛି। ଯାହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୪୫୦ କିଲୋମିଟର ବୋଲି କୁହାଯାଉଛି।।
ଭାରତ ପାଖରେ ସମୁଦ୍ରଭିତ୍ତିକ ପରମାଣୁ ଅସ୍ତ୍ର ଅଛି, ଯାହା ପାକିସ୍ତାନ ବିରୁଦ୍ଧରେ ଏହାର ସବୁଠାରୁ ବଡ଼ ରଣନୈତିକ ଶକ୍ତି। ଯେତେବେଳେ କୌଣସି ଦେଶ ସ୍ଥଳ, ଆକାଶ ଏବଂ ଜଳରୁ ପରମାଣୁ ବୋମା ପକାଇବାର କ୍ଷମତା ରଖେ, ସେତେବେଳେ ତାକୁ ପରମାଣୁ ତ୍ରିକୋଣୀୟ କ୍ଷମତା ଥିବା ଦେଶ କୁହାଯାଇଥାଏ। ଭାରତ ଏହି ତାଲିକାରେ ଆମେରିକା, ଚୀନ୍ ଏବଂ ରୁଷିଆ ସହିତ ସାମିଲ ହୋଇଛି। ଭାରତ ପାଖରେ ବୁଡ଼ାଜାହାଜରୁ ଉତ୍କ୍ଷେପଣ କରାଯାଉଥିବ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଏସଏଲବିଏମ) ଅଛି। ଏହା ଭାରତର ଦ୍ୱିତୀୟ ଆକ୍ରମଣ କ୍ଷମତାକୁ ମଧ୍ୟ ଦର୍ଶାଉଛି।
ଅଧିକ ପଢ଼ନ୍ତୁ: ଟ୍ରମ୍ପ୍ଙ୍କୁ ନୋବେଲ ପୁରସ୍କାର ସ୍ୱପ୍ନ ଦେଖାଉଛି ପାକିସ୍ତାନ
ପାକିସ୍ତାନ ଯେଉଁ ବାବର-୩ ବିକଶିତ କରୁଛି ତାହାର ବିକାଶ ଗତିର କାର୍ଯ୍ୟ ମନ୍ଥର ରହଛି। ସେଥିପାଇଁ ପାକିସ୍ତାନ ଯେଉଁଭଳି ଭାବରେ କଥା ହେଉଛି ପ୍ରକୃତରେ ନିଜ ପାଖରେ ସେପରି ଆକ୍ରମଣ କରିବାର କ୍ଷମତା ନାହିଁ। କାରଣ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ସ୍ଥଳ ଏବଂ ବାୟୁ-ଭିତ୍ତିକ ସିଷ୍ଟମ ଉପରେ ନିର୍ଭରଶୀଳ। ଏପରି ପରିସ୍ଥିତିରେ, ଯଦି ଭାରତ ଜାଣିପାରେ ଯେ ପାକିସ୍ତାନ ପରମାଣୁ ଆକ୍ରମଣ କରିବାକୁ ଯାଉଛି, ତେବେ ଆକ୍ରମଣ କରିବା ପୂର୍ବରୁ ପାକିସ୍ତାନର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେବ। ମାତ୍ର ଭାରତୀୟ ବୁଡ଼ାଜାହାଜରୁ କୌଣସି ଆକ୍ରମଣକୁ ରୋକିବା ପାକିସ୍ତାନ ପକ୍ଷରେ ପ୍ରାୟ ଅସମ୍ଭବ।ଏଭଳି ସ୍ଥଳେ ମୁନିର ଭାରତକୁ ଦେଇଥିବା ଧମକ, ଆମେ ଅଧା ବିଶ୍ୱକୁ ବୁଡ଼ାଇ ଦେବୁ। ହାତୀ ଆଗରେ ଭୁକିବା ଭଳି ମନେ ହେଉଥିବା ପ୍ରତିରକ୍ଷା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏଭଳି କୁକୁର କେବଳ ଭୁକି ପାରିବ ମାତ୍ର କାମୁଡ଼ି ପାରିବ ନାହିଁ।
ଗତ ୨୪ ବର୍ଷ ମଧ୍ୟରେ, ଭାରତ ଏବଂ ପାକିସ୍ତାନ ପରମାଣୁ ଅସ୍ତ୍ର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି କରିଛନ୍ତି। ୨୦୦୦ ମସିହାରେ ଭାରତ ପାଖରେ କେବଳ ୩୫ଟି ପରମାଣୁ ଯୁଦ୍ଧାସ୍ତ୍ର ଥିଲା। ଯେତେବେଳେ ପାକିସ୍ତାନ ସେତେବେଳେ ପର୍ଯ୍ୟନ୍ତ ୪୮ଟି ପରମାଣୁ ବୋମା ତିଆରି କରିଥିଲା। କିନ୍ତୁ ୨୦୨୪ ମସିହାରେ, ଯେତେବେଳେ ପାକିସ୍ତାନ ପରମାଣୁ ବୋମା ସଂଖ୍ୟା ୧୭୨କୁ ବୃଦ୍ଧି କରିଥିଲା। ସେତେବେଳେ ଭାରତ ପାଖରେ ପରମାଣୁ ବୋମା ସଂଖ୍ୟା ୧୮୦କୁ ବୃଦ୍ଧି ପାଇଥିଲା। ଏସଆଇପିଆରଆଇ କହିଛି ଯେ, ଭାରତ ପାଖରେ ଥିବା ପରମାଣୁ ବୋମାର ଶକ୍ତି ଦୃଷ୍ଟିରୁ ପାକିସ୍ତାନର ପରମାଣୁ ବୋମା ଅପେକ୍ଷା ଅନେକ ଗୁଣା ଅଧିକ ଶକ୍ତିଶାଳୀ। ଏହା ବ୍ୟତୀତ, ପାକିସ୍ତାନ ପାଖରେ ବର୍ତ୍ତମାନ ଭାରତ ପରି ଏମଆଇଆରଭି ଏବଂ ଆଇସିବିଏମ୍(ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲାଷ୍ଟିକ୍ ମିସାଇଲ୍) ନାହିଁ।
ଅଧିକ ପଢ଼ନ୍ତୁ:ରାଖି ବାନ୍ଧିବା ପରେ ଭଉଣୀ ସହ ଦୁଷ୍କର୍ମ କଲା ସମ୍ପର୍କୀୟ ଭାଇ, ହତ୍ୟା କରି ଟାଙ୍ଗିଦେଲା
India | pakistan | asim-munir