କିବ୍: ଆମେ ତୁମକୁ ଖୋଜି ବାହାର କରି ଶାସ୍ତି ଦେବୁ ବୋଲି କିବ୍ରେ ଆବାସିକ କୋଠାବଡ଼ି ଉପରେ ବୋମାବୃଷ୍ଟି କରୁଥିବା ରୁଷୀୟ ପାଇଲଟ୍ମାନଙ୍କୁ ସତର୍କ କରାଇ ରବିବାର ଦିନ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି।
ସେ କହିଛନ୍ତି, ସମସ୍ତ ପାଇଲଟ୍ ଓ ବୋମା ପ୍ରେରକମାନେ ବୁଝିବା ଉଚିତ ଯେ, ଆମେ ତୁମମାନଙ୍କୁ ଖୋଜି ବାହାର କରିବୁ। ସେମାନଙ୍କ କାର୍ଯ୍ୟକୁ ଯୁଦ୍ଧ ଅପରାଧ ବୋଲି କହି ସେ କହିଛନ୍ତି, ତୁମ୍ଭେମାନେ କୁପରିଣାମ ଭୋଗିବ।
ରବିବାର ଦିନ ଗୋଟାଏ କିଣ୍ଡର୍ଗାର୍ଟେନ୍ ନିକଟରେ ଥିବା ଆପାର୍ଟମେଣ୍ଟ୍ ବ୍ଲକ୍ରେ ରୁଷୀୟ କ୍ଷେପଣାସ୍ତ୍ର ପଡ଼ିବା ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଉପରୋକ୍ତ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। କିଛି ସପ୍ତାହ ପରେ ହୋଇଥିବା ଉକ୍ତ ଆକ୍ରମଣରେ ୟୁକ୍ରେନୀୟ ରାଜଧାନୀରେ ପ୍ରାୟ ୪ଟି ପ୍ରଚଣ୍ଡ ବିସ୍ଫୋରଣ ସଂଘଠିତ ହୋଇଥିଲା।
/sambad/media/post_attachments/wp-content/uploads/2022/06/attack-1024x576.jpg)
ବେଲାରୁଷୀୟମାନଙ୍କୁ ନିବେଦନ କରି ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି, ଆପଣମାନଙ୍କ ପାଇଁ କ୍ରେମ୍ଲିନ୍ ସବୁ ପ୍ରକାର ନିଷ୍ପତ୍ତି ନେଇସାରିଛି। ସେମାନଙ୍କ ନିମନ୍ତେ ଆପଣଙ୍କର ଜୀବନ ତୁଚ୍ଛ। ଆପଣମାନେ ଦାସ ନୁହନ୍ତି। ଆପଣମାନେ ମୃତ୍ୟୁବରଣ କରିବା କଥା ନୁହେଁ। ଆପଣଙ୍କର ଭବିଷ୍ୟତର ନିଷ୍ପତ୍ତିକୁ ଆପଣ ଅନ୍ୟ ଉପରେ ଚାଡ଼ିଦେଇ ପାରିବେ ନାହିଁ।
ଜର୍ମାନିରେ ଚାଲିଥିବା ଜି୭’ ଶିଖର ସମ୍ମିଳନୀରେ ବିଶ୍ବ ନେତାମାନେ ସମବେତ ହୋଇଥିବା ବେଳେ ରୁଷୀୟ କ୍ଷେପଣାସ୍ତ୍ର ଆକ୍ରମଣରେ କିବ୍ରେ ଜରଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୬ଜଣ ଆହତ ହୋଇଛନ୍ତି।
ରୁଷୀୟ କ୍ଷେପଣାସ୍ତ୍ର ଆକ୍ରମଣ ଘଟଣା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି କି, ଏହା ବର୍ବରୋଚିତ କାର୍ଯ୍ୟ। ରୁଷ୍ ବିରୋଧରେ ଆମେ ଏକତ୍ର ହେବା ଉଚିତ ବୋଲି ସେ ‘ଜି୭’ ସଂଘ ରାଷ୍ଟ୍ରମାନଙ୍କୁ କହିଛନ୍ତି।