ବଲିଉଡ୍‌କୁ ଶେଷ ହୋଇଯିବାକୁ ଦେବୁନି: ଉଦ୍ଧବ ଠାକ୍‌ରେ

ମୁମ୍ବାଇ : ବଲିଉଡ୍‌ର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶେଷ ହୋଇଯିବାକୁ ଦେବୁନାହିଁ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଯଦି କେହି ବଲିଉଡ୍‌କୁ ଧ୍ବଂସ କରିବାକୁ ଉଦ୍ୟମ କରନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ବହୁ ସଂସ୍ଥା ଦ୍ବାରା ତଦନ୍ତ କରାଯିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଉଦ୍ଧବ ଏଭଳି କହିଛନ୍ତି।

ଉଦ୍ଦେଶ୍ୟମୂଳକ ଭାବେ ବଲିଉଡ୍‌କୁ ନେଇ ଯେଉଁଭଳି ଅପପ୍ରଚାର କରାଯାଉଛି ଏବଂ ଏହାକୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି, ତାହା ହେବାକୁ ଦେବୁନାହିଁ ବୋଲି ଉଦ୍ଧବ କହିଛନ୍ତି। ମୁମ୍ବାଇ କେବଳ ଦେଶର ଆର୍ଥିକ ରାଜଧାନୀ ନୁହେଁ ବରଂ ମନୋରଞ୍ଜନ ରାଜଧାନୀ ବୋଲି ଉଦ୍ଧବ କହିଛନ୍ତି। ସମଗ୍ର ବିଶ୍ବରେ ବଲିଉଡ୍‌ର ସ୍ବତନ୍ତ୍ର ସ୍ଥାନ ରହିଛି। ଏହା ଦେଶର ଏକ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରି ମନୋରଞ୍ଜନ ଜଗତ ଏବଂ ଏହା ଉପରେ ଦେଶର ଅର୍ଥନୀତି ନିର୍ଭରଶୀଳ। ଏହାକୁ ଧ୍ବଂସ ହେବାକୁ ଦିଆଯିବନାହିଁ ବୋଲି ଉଦ୍ଧବ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର