କାଶ୍ମୀର ଆମର ଆଭ୍ୟନ୍ତରୀଣ ମାମଲା, ଅନ୍ୟ କାହାର ହସ୍ତକ୍ଷେପ ଗ୍ରହଣ କରିବୁନାହିଁ : ଭାରତ

ଜେନିଭା : ଜେନିଭାଠାରେ ଅନୁଷ୍ଠିତ ଜାତିସଂଘ ମାନବ ଅଧିକାର ଆୟୋଗ(ୟୁଏନଏଚଆରସି)ର ବୈଠକରେ ପାକିସ୍ତାନୀ ମିଛର ପର୍ଦ୍ଦାଫାସ କରିଛି ଭାରତ । ଭାରତ ପକ୍ଷରୁ କୁହାଯାଇଛି ଯେ ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳୀ ପାକିସ୍ତାନ କଶ୍ମୀର ବିଷୟରେ ମିଥ୍ୟା ପ୍ରଚାର ଚଳାଇଛି । ଭାରତୀୟ ସମ୍ବିଧାନ ପ୍ରଦତ୍ତ ସବୁ ଅଧିକାର କଶ୍ମୀରବାସୀଙ୍କୁ ପ୍ରଦାନ ପାଇଁ ଭାରତ ବଦ୍ଧପରିକର ବୋଲି ୟୁଏନଏଚଆରସିକୁ ଜଣାଇଛନ୍ତି ବୈଦେଶିକ ମନ୍ତ୍ରାଳୟର ସଚିବ (ପୂର୍ବ) ବିଜୟ ଠାକୁର ସିଂ । ସେ କହିଛନ୍ତି ଯେ କଶ୍ମୀରରୁ ଧାରା ୩୭୦ ଉଠାଇବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଏହି ପ୍ରସଙ୍ଗରେ ଅନ୍ୟ କୌଣସି ବାହ୍ୟଦେଶର ହସ୍ତକ୍ଷେପକୁ ଆଦୌ ବରଦାସ୍ତ କରାଯିବ ନାହିଁ । ସମଗ୍ର ବିଶ୍ୱ ଜାଣିଛି ଯେ କଶ୍ମୀର ସମ୍ପର୍କରେ ପ୍ରଚାର ହେଉଥିବା ମିଥ୍ୟା ତଥା ମନଗଢା କଥା ବିଶ୍ୱ ଆତଙ୍କବାଦୀର କେନ୍ଦ୍ରସ୍ଥଳୀରୁ ଆସୁଛି, ଯେଉଁଠାରେ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦିଆଯାଉଛି ।
ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଥିଲେ ଯେ କଶ୍ମୀର ଲୋକମାନଙ୍କୁ ଭାରତ ବନ୍ଦୀକରି ରଖିଛି । କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ନୁହେଁ, ଏହା ସମଗ୍ର ବିଶ୍ୱର ମାମଲା ।

ସମ୍ବନ୍ଧିତ ଖବର