ଭୋକକୁ ନେଇ ବେପାର କରାଇଦେବୁନି, ଏମ୍‌ଏସ୍‌ପି ପାଇଁ ଆଇନ ଆଣ: ଟିକାୟତ

ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ରହିଥିଲା, ରହିଛି ଏବଂ ରହିଥିବ ବୋଲି ଘୋଷଣା କରିବାର କିଛି ସମୟ ପରେ ଭାରତୀୟ କିଷାନ ୟୁନିଅନ୍‌(ବିକେୟୁ) ନେତା ରାକେଶ ଟିକାୟତ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଦେଶରେ ଭୋକକୁ ନେଇ ବେପାର କରାଇଦେବୁନି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ଏମ୍‌ଏସ୍‌ପି ପାଇଁ ସରକାର ଏକ ଆଇନ ଆଣିବା ଏବଂ ବିବାଦୀୟ ନୂତନ କୃଷି ଆଇନ ତ୍ରୟକୁ ପ୍ରତ୍ୟାହାର ପାଇଁ ଚାଷୀମାନେ କରିଥିବା ଦାବିକୁ ଦୋହରାଇଥିଲେ।
ସୂଚନା ଥାଉ କି, ଦେଶର ଗରିବମାନଙ୍କ ପାଇଁ ସୁହାଇଲା ପରି ଶସ୍ତାରେ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯିବା ସହ ମଣ୍ଡିଗୁଡ଼ିକର ଆଧୁନିକୀକରଣ କରାଯିବ ବୋଲି ମୋଦୀ ରାଜ୍ୟସଭାରେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଟିପ୍ପଣୀରେ ପ୍ରତିକ୍ରିୟା ରଖି ସାମ୍ବାଦିକମାନଙ୍କୁ ଶ୍ରୀ ଟିକାୟତ କହିଥିଲେ ଯେ ଦେଶରେ ଭୋକ ଓ ଅନଶନ ଯେତେ ଅଧିକ ହେବ, ତଦନୁସାରେ ଶସ୍ୟର ମୂଲ୍ୟ ନିର୍ଦ୍ଧାରିତ ହେବ। ଦେଶରେ ଏଭଳି ଅନଶନ ଭିତ୍ତିକ ବେପାର କେବେ କରାଇ ଦିଆଯିବନାହିଁ ବୋଲି ସେ କହିଥିଲେ।

 

ସମ୍ବନ୍ଧିତ ଖବର