କେଉଁ ଦେଶ କେଉଁ ଅସ୍ତ୍ର ୟୁକ୍ରେନକୁ ପ୍ରଦାନ କରିଛନ୍ତି ?

କିବ୍ : ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୧୦୦ ଦିନ ପାର କରିଗଲାଣି । କିନ୍ତୁ ଏହି ଯୁଦ୍ଧରେ କିଏ ବିଜୟୀ ହେବ ତାହା ଜଣାପଡ଼ୁନାହିଁ । ଯୁଦ୍ଧ ଆରମ୍ଭ ବେଳେ ମନେକରାଯାଉଥିଲା ଯେ ବିଶ୍ବର ଅନ୍ୟତମ ମିଲିଟାରୀ ସୁପରପାଓ୍ବାର ରୁଷ ସହଜରେ ୟୁକ୍ରେନକୁ ଜିତିଯିବ । କିନ୍ତୁ ୧୦୦ ଦିନ ବିତିଯାଇଥିଲେ ବି ୟୁକ୍ରେନ ଆଶ୍ଚର୍ଯ୍ୟଜନକ ଭାବେ ରୁଷର ମୁକାବିଲା କରିଚାଲିଛି ।  ଏହାର ଏକ ବଡ଼ କାରଣ ହେଉଛି ୟୁକ୍ରେନକୁ ପାଶ୍ଚାତ୍ୟ ଦେଶମାନେ ଯୋଗାଉଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ।

ତେବେ କେଉଁ ଦେଶ କେଉଁ ଅସ୍ତ୍ର ୟୁକ୍ରେନକୁ ପ୍ରଦାନ କରିଛନ୍ତି ?

ଆମେରିକା :

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ୟୁକ୍ରେନକୁ ଶକ୍ତିଶାଳୀ ହିମାର୍ସ ରକେଟ ସିଷ୍ଟମ ପ୍ରଦାନ କରିବାକୁ ଘୋଷଣା କରିଛି । ଏହାର ଶକ୍ତିକୁ ଖୋଦ ରୁଷ ସ୍ବୀକାର କରିଛି । ଏହା ରୁଷର ଆଭ୍ୟନ୍ତରୀଣ ଅଂଚଳକୁ ମାଡ କରିବାକୁ ସକ୍ଷମ । ଏହାଛଡ଼ା ଆମେରିକା ପକ୍ଷରୁ ୟୁକ୍ରେନକୁ ହାଓ୍ବିତଜର ଗନ ଓ ଘୋଷ୍ଟ ଡ୍ରୋନ ପ୍ରଦାନ କରାଯାଇଛି ।

ତୁର୍କୀ :

ଚଳିତ ଯୁଦ୍ଧରେ ତୁର୍କୀ ଦ୍ବାରା ୟୁକ୍ରେନକୁ  ପ୍ରଦାନ କରାଯାଇଥିବା ବେରାକତାର ଡ୍ରୋନ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ଡ୍ରୋନଟି ରୁଷ ସେନାର ଯେତିକି କ୍ଷତି କରିଛି ଅନ୍ୟ କୌଣସି ଅସ୍ତ୍ର ସେତେ କ୍ଷତି କରିପାରିନାହାନ୍ତି ।

ବ୍ରିଟେନ :

ବ୍ରିଟେନ ପକ୍ଷରୁ ମଧ୍ୟ ୟୁକ୍ରେନକୁ ଆଣ୍ଟ-ଟ୍ୟାଙ୍କ କ୍ଷେପଣାସ୍ତ୍ର, ରାଡାର ସିଷ୍ଟମ, ଇଲେକ୍ଟ୍ରୋନିକ ଓ୍ବାରଫେୟାର ସିଷ୍ଟମ, ଦୂରଗାମୀ ରକେଟ ସିଷ୍ଟମ ପ୍ରଦାନ କରାଯାଇଛି ।

ଜର୍ମାନି :

ଜର୍ମାନି ପକ୍ଷରୁ ୟୁକ୍ରେନକୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ପ୍ରଦାନ କରାଯିବା ବିଷୟରେ ଘୋଷଣା କରାଯାଇଛି । ଏହା ମାଧ୍ୟମରେ ରୁଷର ବିମାନ ଓ ଡ୍ରୋନ ଆକ୍ରମଣରୁ ୟୁକ୍ରେନ ନିଜର ସହରଗୁଡ଼ିକୁ ରକ୍ଷା କରିପାରିବ ।

 

ସମ୍ବନ୍ଧିତ ଖବର