ବିକାନେର : ରାଜସ୍ଥାନର କିଛି ପରୀକ୍ଷାର୍ଥୀ ରିଟ୍ (ରାଜସ୍ଥାନ ଇଲିଜିବିଲିଟି ଏକ୍ଜାମିନେସନ୍ ଫର୍ ଟିଚର୍ସ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ। ପାଠ ନ ପଢ଼ି କପି କରି ପରୀକ୍ଷାରେ ସଫଳତା ହାସଲ ପାଇଁ ବୁଦ୍ଧି ଖଟାଇଥିଲେ। ଜଣକା ୬ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରି ବ୍ଲୁଟୁଥ୍ ସ୍ଲିପର କିଣିଥିଲେ। କିନ୍ତୁ ସେମାନଙ୍କର ଦୁର୍ଭାଗ୍ୟ ହେଲା ଏହି ହାଇ-ଟେକ୍ କପି ଯୋଜନା ସଂପର୍କରେ ପୁଲିସକୁ ସୁରାକ ମିଳି ଯାଇଥିଲା। ଫଳରେ ପରୀକ୍ଷା ଦେବା ପୂର୍ବରୁ ସେମାନେ ଧରା ପଡ଼ିଯାଇଥିଲେ। ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ପରିକ୍ଷାର୍ଥୀ ବୋଲି ଜଣାଯାଇଛି। ସ୍ଲିପର ଭିତରେ ଥିବା ସିମ୍ ଏବଂ ବ୍ଲୁଟୁଥ୍ର ସଂଯୋଗ ମୋବାଇଲ ଫୋନ ସହ ରହିଥିଲା। ଏହାକୁ ବ୍ୟବହାର କରି ସେମାନେ କପି କରିବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨୫ ଜଣ ଏହି ସ୍ଲିପର କିଣିଥିବା ପୁଲିସ ଜାଣିବାକୁ ପାଇଛି। ତେବେ ପାରକ୍ଷାର୍ଥୀଙ୍କ ଏ ପ୍ରକାର ବୁଦ୍ଧି ପାଇଁ ସେମାନଙ୍କୁ ସୋସିଆଲ ମିଡିଆରେ ଲଜ୍ଜିତ ହେବାକୁ ପଡ଼ିଛି। କେହି କେହି କହିଛନ୍ତି ପଢ଼ାରେ ଯଦି ଏହି ବୁଦ୍ଧିରୁ ୫୦ ପ୍ରତଶତ ସେମାନେ ଲଗାଇଥାନ୍ତେ ତା’ହେଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଇଥାନ୍ତେ।
କପି କରିବାକୁ ପିନ୍ଧିଥିଲେ ‘ବ୍ଲୁଟୁଥ୍ ସ୍ଲିପର’: ଛଅ ଲକ୍ଷ ଗଲା, ସୋସିଆଲ ମିଡିଆରେ ଲଜ୍ଜିତ
/sambad/media/post_attachments/wp-content/uploads/2021/09/65sf4h654sf564h65fhsfhsfhhfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)