ନୂଆଦିଲ୍ଲୀ: ଏମ୍ସ ନାଗପୁର, ଆଇଆଇଟି ଯୋଧପୁର ଏବଂ ଆଇଆଇଟି ନାଗପୁର ମିଳିତ ଭାବେ କୋଭିଡ୍ ପାଇଁ ଏକ ସ୍ବତନ୍ତ୍ର ରିଷ୍ଟ୍ ବ୍ୟାଣ୍ଡ୍ ବିକାଶ କରିଛନ୍ତି। ଏହାଦ୍ବାରା କୋଭିଡ୍ ପଜିଟିଭ୍ ଏବଂ ସନ୍ଦିଗ୍ଧ ରୋଗୀଙ୍କୁ ଟ୍ରାକ୍ କରାଯାଇପାରିବ। ଏହା ହେଉଛି ଏକ ସ୍ମାର୍ଟ ରିଷ୍ଟ୍ବ୍ୟାଣ୍ଡ୍। ଅନ୍ୟ ଅନଲାଇନ୍ ମୋବାଇଲ୍ ଆପ୍ ତୁଳନାରେ ଏହା ଅତି ସହଜରେ ଫଳ ପ୍ରଦାନ କରିପାରେ। ସହଜରେ ଏହା କରୋନା ରୋଗୀଙ୍କୁ ଟ୍ରାକ୍ କରିପାରିବ। ଏହା ମୋବାଇଲ୍ ଫ୍ରି ଅପରେସନ୍ କରିପାରିବ। ଯେଉଁ ବ୍ୟକ୍ତି ଏହି ରିଷ୍ଟ୍ ବ୍ୟାଣ୍ଡ୍ ପିନ୍ଧିଥିବେ ସେ ତାଙ୍କ ଶରୀରର ତାପମାତ୍ରା, ପଲ୍ସ ରେଟ୍, ଶ୍ବାସକ୍ରିୟା, ଅକ୍ସିଜେନ୍ ସ୍ତର ଭଲଭାବେ ଜାଣିପାରିବେ। କୌଣସି ପ୍ରକାର ଅସୁବିଧା ଥିଲେ ସେମାନେ ସଙ୍ଗେସଙ୍ଗେ ମେଡିକାଲ ସହାୟତା ନେଇପାରିବେ।
ରିଷ୍ଟ୍ବ୍ୟାଣ୍ଡ୍ ପିନ୍ଧିଲେ କରୋନା ପଜିଟିଭ୍ ରୋଗୀ ଟ୍ରାକ୍ ହୋଇପାରିବେ
/sambad/media/post_attachments/wp-content/uploads/2020/07/wrist-band.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)