କଶ୍ମୀର, ହିମାଚଳରେ ପ୍ରବଳ ବରଫପାତ

ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ/ଶ୍ରୀନଗର: ଜମ୍ମୁ କଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଭୟଙ୍କର ବରଫପାତ ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ଚଳିତ ଜାନୁଆରିରେ ଲଗାତାର ପଂଚମ ଥର ପାଇଁ ବରଫପାତ ଚାଲିଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଆହୁରି ପ୍ରବଳ   ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଏବଂ ଜମ୍ମୁ କଶ୍ମୀର ଓ ହିମାଚଳ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି। ଉତ୍ତରଖଣ୍ଡରେ ବି ବରଫପାତ ଯୋଗୁଁ ସ୍ଥିତି ଖରାପ ରହିଛି। ୨୪ରୁ ୨୬ ଜାନୁଆରି ମଧ୍ୟରେ ପୁଣି ବରଫପାତ ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ କହିଛି। ହିମାଚଳ ପ୍ରଦେଶରେ ବରଫପାତ ସାଂଗକୁ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କଶ୍ମୀରର ଅଧିକାଂଶ ଅଂଚଳରେ ପାଇପ ଲାଇନ ପାଣି ବରଫ ପାଲଟିଯିବାରୁ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ବରଫ ବୃଷ୍ଟି ଯୋଗୁଁ ଉତ୍ତର ଭାରତର ପାର୍ବତ୍ୟ ଅଂଚଳରେ ଗମନାଗମନ, ବିଦ୍ୟୁତ୍‌ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି।  ହିମାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀର ପ୍ରଶାସନ ଜରୁରୀ ବୈଠକ ଡକାଇ ପରିସ୍ଥିତିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ସିମଲାରେ ତାପମାତ୍ରା ୦.୨ ଡିଗ୍ରିକୁ ଖସି ଆସିଛି। ପ୍ରବଳ ତୁଷାରପାତ ସାଙ୍ଗକୁ ପାହାଡ଼ିଆ ଅଞ୍ଚଳରେ ବରଫ ଝଡ଼ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। କିନ୍ନାଉର ଅଞ୍ଚଳର ମୁଖ୍ୟ ରାସ୍ତା ବରଫ ଭର୍ତ୍ତି ହୋଇ ଯାଇଥିବାରୁ ଏଠାରେ ଅନେକ ପର୍ଯ୍ୟଟକ ଓ ଯାନବାହାନ ଫସି ରହିଛନ୍ତି।  ବରଫ ପାତ ଯୋଗୁଁ ଜାତୀୟ ରାଜପଥଗୁଡ଼ିକରେ ଯାନ ଚଳାଚଳ ବ୍ୟାହତ ହୋଇଛି। ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ଉପୁଜିଛି। କୁଲ୍ଲୁ ଜିଲ୍ଲା ରାଜ୍ୟର ସର୍ବାଧିକ ଶୀତଳ ଅ˚ଚଳ ଭାବେ ପରିଗଣିତ ହୋଇଛି। ଏଠାରେ ତାପମାତ୍ରା -୨ରେ ପହଞ୍ଚିଛି। ପ˚ଜାବ ଏବ˚ ହରିୟାଣାରେ ମଧୢ ପାରଦ ଖସି ଚାଲିଛି ।

ସମ୍ବନ୍ଧିତ ଖବର