ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯୋଜନା କୈନ୍ଦ୍ରିକ ସହରୀ ବିକାଶ’ ଉପରେ ବଜେଟ ପର ଏକ ୱେବିନାରରେ ଆଜି ଅଭିଭାଷଣ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ବଜେଟ୍‌-୨୦୨୩ ରେ ଘୋଷିକ ବିଭିନ୍ନ ପଦକ୍ଷେପ ଉପରେ ଜନସାଧାରଣ ପ୍ରସ୍ତାବମାନ ଦେବାକୁ ତଥା ଏହାର କାର୍ଯ୍ୟକାରିତାର ସୁଖମତା ନିମନ୍ତେ ସରକାର ଏହି ୱେବିନାର ଆୟୋଜନ କରୁଛନ୍ତି। ସରକାର ଆୟୋଜନ କରୁଥିବା ମୋଟ ୧୨ଟି ବଜେଟ୍ ପର ୱେବିନାର ମଧ୍ୟରୁ ଏହା ଷଷ୍ଠ ୱେବିନାର।

Advertisment

ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ସ୍ୱାଧୀନତାର ଏତେବର୍ଷ ପରେ ମଧ୍ୟ ମାତ୍ର ଗୋଟିଏ-ଦୁଇଟି ସହରର ବିକାଶ ହୋଇଥିବାରୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ସ୍ୱାଧୀନତାର ୭୫ ବର୍ଷରେ ଯଦି ଦେଶର ୭୫ଟି ସହରର ବିକାଶ ଘଟିଥାନ୍ତା, ତେବେ ସମଗ୍ର ବିଶ୍ୱରେ ଭାରତର ସ୍ଥିତି ପୂରାପୂରି ଅଲଗା ହୋଇଥାନ୍ତା। ଏକବିଂଶ ଶତାବ୍ଦୀରେ ପରିବେଶର ଯେପରି ଦ୍ରୁତ ବିକାଶ ଘଟୁଛି, ଯୋଜନାବଦ୍ଧ ନଗରୀ ନିର୍ମାଣ ବର୍ତ୍ତମାନର ଆବଶ୍ୟକତା ବୋଲି ସେ କହିଥିଲେ। ନୂତନ ନଗରୀଗୁଡିକର ବିକାଶ ସହ ବର୍ତ୍ତମାନ ଥିବା ନଗରୀଗୁଡିକରେ ସେବାର ଆଧୁନିକୀକରଣ ସହରୀ ବିକାଶର ଦୁଇଟି ପ୍ରମୁଖ ଦିଗ। ସହରାଞ୍ଚଳ ବିକାଶର ମାନ ଉନ୍ନତ କରିବା ପାଇଁ ଚଳିତବର୍ଷ ବଜେଟ୍‌ରେ ୧୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଓ ଏହା ଯୋଜନାବଦ୍ଧ ସହରୀକରଣରେ ଯଥେଷ୍ଟ ସହାୟକ ବୋଲି ସେ ଆସ୍ଥା ପ୍ରକଟ କରିଥିଲେ। ନଗରୀଗୁଡିକରେ ସଡକ ପ୍ରଶସ୍ତୀକରଣ, ଯାତ୍ରାରେ ଶବ୍ଦ ଓ ବାୟୁ ପ୍ରଦୂଷଣ ହ୍ରାସ (ଗ୍ରୀନ ମୋବିଲିଟି) ଯୋଜନାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

୨୦୧୪ରେ ଶତକଡା ୧୪ରୁ ୧୫ଭାଗ ବର୍ଜ୍ୟ ପରିଚାଳନା ହେଉଥିବାବେଳେ ବର୍ତ୍ତମାନ ପ୍ରାୟ ଶତକଡା ୭୫ଭାଗ ହେଉଛି। ଆଗରୁ ପଦକ୍ଷେପ ନିଆଯାଇଥିଲେ ନଗରୀଗୁଡିକର ଶେଷ ଭାଗରେ ପାହାଡ ଆକାରରେ ଆବର୍ଜନା ଜମା ହେଉ ନ ଥାନ୍ତା। ବର୍ତ୍ତମାନ ବର୍ଜ୍ୟ ପରିଚାଳନା କରାଯିବା ସହ ପୁନଃ ପ୍ରକ୍ରିୟାକରଣ ଓ ଚକ୍ରୀୟ ବ୍ୟବସ୍ଥା ନିମନ୍ତେ ଅନେକ ଶିଳ୍ପାନୁଷ୍ଠାନଗୁଡିକୁ ସୁଯୋଗ ମଧ୍ୟ ମିଳୁଛି। ଏ ଦିଗରେ ବିରାଟ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ଗୁଡିକୁ ସମସ୍ତେ ସମର୍ଥନ କରିବା ପାଇଁ ମୋଦୀ ନିବେଦନ କରିଥିଲେ।

ସରକାର କରୁଥିବା ଯୋଜନା ଓ ନୀତି କେବଳ ନଗରବାସୀଙ୍କ ଜୀବନରେ ସ୍ୱାଚ୍ଛନ୍ଦ୍ୟ, ଆଣିବା ଉଚିତ ନୁହେଁ, ବରଂ ଏହା ସେମାନଙ୍କ ନିଜର ବିକାଶରେ ସହାୟକ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚଳିତବର୍ଷ ବଜେଟରେ ପିଏମ୍ ଆବାସ ଯୋଜନା ବାବଦ ୮୦,୦୦୦କୋଟି ଟଙ୍କାର ବ୍ୟୟବରାଦ ପ୍ରସଙ୍ଗ ଉତ୍ଥାପନ କରି ଏଥିପାଇଁ ସିମେଣ୍ଟ, ଇସ୍ପାତ, ରଙ୍ଗ ଓ ଆସବାବପତ୍ରର ଶିଳ୍ପ ମଧ୍ୟ ଲାଭ ପାଇବେ। ନିରନ୍ତର ଆବାସ ପ୍ରଯୁକ୍ତିରୁ ନିରନ୍ତର ଓ ସ୍ଥାୟୀ ନଗରୀ ପର୍ଯ୍ୟନ୍ତ ଆମକୁ ନୂତନ ସମାଧାନ ପନ୍ଥା ବାହାର କରିବାକୁ ହେବ ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ।