ଭୁବନେଶ୍ବର: ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ସମୟ ପାଖେଇ ଆସୁଛି। ଏହି ଭବ୍ୟ ମହୋତ୍ସବ ଆସନ୍ତା ଜାନୁଆରି ୮ ତାରିଖରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସ ପାଇଁ ମଙ୍ଗଳବାର ନୂଆଦିଲ୍ଲୀର ଜବାହରଲାଲ ନେହରୁ ଭବନସ୍ଥିତ ସିବି ମୁଥାମା ହଲ୍ରେ ୱେବ୍ସାଇଟ୍ ଉନ୍ମୋଚିତ ହୋଇଯାଇଛି। ଏହାକୁ ମିଳିତ ଭାବେ ବିଦେଶ ବ୍ୟାପର ମନ୍ତ୍ରୀ ସୁବ୍ରବଣ୍ୟମ୍ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି।
ତିନି ଦିନିଆ ଏହି ସମାରୋହ ଜାନୁଆରି ୧୦ ତାରିଖ ଯାଏଁ ଚାଲିବ। ସମାରୋହ ପାଇଁ ବୈଦେଶିକ ମନ୍ତ୍ରାଳୟର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ବିଭିନ୍ନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ। ଦେଶର ଯୁବପିଢ଼ୀଙ୍କୁ ପ୍ରବାସୀ ଭାରତୀୟଙ୍କ ସହ ସଂଯୋଗ କରିବା ମୂଳ ଲକ୍ଷ୍ୟ ରଖାଯାଇଛି।
/sambad/media/media_files/2024/11/12/LkjoJyuTtcWW8AKr55fj.jpeg)
ପ୍ରବାସୀ ଭାରତୀୟ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ। ସମାରୋହ ପ୍ରସ୍ତୁତି ସଂପର୍କରେ ପୂର୍ବରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି।
ସୂଚନାଯୋଗ୍ୟ, ୧୯୧୫ ଜାନୁଆରି ୯ରେ ଦକ୍ଷିଣ ଆଫ୍ରିକାରୁ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଆଗମନକୁ ସ୍ମରଣ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ଦେଶର ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଅବଦାନ ପାଇଁ ଭାରତ ୨୦୦୩ରୁ ପ୍ରବାସୀ ଭାରତୀୟ ଦିବସ ପାଳନ କରିଆସୁଛି। ୨୦୨୩ ମସିହାରେ ଜାନୁଆରି ୮ରୁ ୧୦ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଇନ୍ଦୋରରେ ଶେଷ ପ୍ରଭାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଥିଲା।
୨୦୨୫ ଜାନୁଆରି ୮-୧୦ ଭୁବନେଶ୍ୱରରେ ପ୍ରଭାସୀ ଭାରତୀୟ ଦିବସ ପାଳନ କରାଯିବ। ଏହି ସମ୍ମିଳନୀରେ ପ୍ରାୟ ୭୦୦୦ ଅତିଥି ଏବଂ ପ୍ରତିନିଧୀ ଯୋଗଦେବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର କ୍ରମାଗତ ଭାବରେ ବିଦେଶରେ ଥିବା ଭାରତୀୟ ବିଦେଶୀମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି। ଏହି ସମ୍ମାନଜନକ ସମାରୋହ ଆମ ରାଜ୍ୟ ପାଇଁ ସ୍ମରଣୀୟ ରହିବ। ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶନ କରିବା ଏକ ସୁଯୋଗ ମିଳିବ। ସମସ୍ତ ଉପସ୍ଥିତ ବ୍ୟକ୍ତିଙ୍କ ପାଇଁ ଏହା ଏକ ସ୍ମରଣୀୟ ଅନୁଭୂତି ବୋଲି ନିଶ୍ଚିତ କରିବାକୁ ଆମେ ଆବଶ୍ୟକ ପ୍ରତ୍ୟେକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/12/wAQMSHZ5VOhcFWk2IOpd.jpeg)