ନୂଆଦିଲ୍ଲୀ : ଭାରତର ପଡ଼ୋଶୀ ଦେଶ ଚୀନ୍ରେ ମହିଳାମାନଙ୍କ ସଂଖ୍ୟା କମି ଯାଇଥିବା ଜଣା ପଡ଼ିଛି । ଯାହା ପାଇଁ ଚୀନ୍ର ଯୁବକମାନଙ୍କୁ ବିବାହ କରିବା ପାଇଁ କନ୍ୟାର ଅଭାବ ଦେଖା ଦେଉଛି। ‘ଆମେ ଦୁଇ, ଆମର ଏକ’ ନିୟମ ପାଇଁ ଚୀନ୍ରେ ଜନସଂଖ୍ୟା ନିୟନ୍ତ୍ରଣରେ ରହିଛି ସତ ମାତ୍ର ଏଭଳି ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି । ଯାହା ପାଇଁ ଚୀନ୍ ଯୁବକମାନେ ଏବେ ଭିଏତ୍ନାମର ଯୁବତୀଙ୍କୁ ବିବାହ କରୁଛନ୍ତି । ଅନ୍ଲାଇନ୍ ସାଇଟ୍ zhongyuelove.com ମାଧ୍ୟମରେ ଭିଏତ୍ନାମ ଯୁବତୀମାନଙ୍କୁ ନିଜ ଜୀବନସାଥୀ ଭାବେ ବାଛୁଛନ୍ତି ଚୀନ୍ ଯୁବକ । ସିଧା କହିଲେ, ବିବାହ ପାଇଁ ଚୀନ ଯୁବକମାନଙ୍କୁ ଏବେ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଛି ।
/sambad/media/post_attachments/wp-content/uploads/2018/12/download-1-26.jpg)
ବିବାହ କରିବା ପୂର୍ବରୁ, ଯୁବକଙ୍କୁ କନ୍ୟା ପାଇଁ ଭିସାର ବ୍ୟବସ୍ଥା କରିବା ସହ ନିଜର ଆୟ, ରହିବା ଶୈଳୀ ବିଷୟରେ ସଂପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିଥାଏ । ଏହି ଓଏବ୍ସାଇଟ୍ ମାଧ୍ୟମରେ ବିବାହ କରିବା ପାଇଁ ଯୁବକମାନଙ୍କୁ ୪୦୦୦ ଡଲାର ଦେବାକୁ ପଡୁଛି। ଚୀନ୍ର ଯୁବକମାନେ ଏଣିକି ପ୍ରତି ବର୍ଷ ମିଆଁମାର୍, ଭିଏତ୍ନାମ, କମ୍ବୋଡିଆ ଇତ୍ୟାଦି ଦେଶର ଯୁବତୀମାନଙ୍କୁ ବିବାହ କରୁଛନ୍ତି।