ଶିମ୍ଲା: ସମାଜକୁ ଧାର୍ମିକ ସଦ୍ଭାବନାର ବାର୍ତ୍ତା ଦେଇ ଜଣେ ମୁସଲିମ ଦମ୍ପତି ରବିବାର ଦିନ ଏକ ହିନ୍ଦୁ ମନ୍ଦିରରେ ବିବାହ କରିଛନ୍ତି। ହିମାଚଳ ପ୍ରଦେଶ ଶିମ୍ଲା ଜିଲ୍ଲାର ରାମପୁରରେ ଗତକାଲି ଏକ ହିନ୍ଦୁ ମନ୍ଦିରରେ ଏହି ମୁସଲିମ ଦମ୍ପତିଙ୍କର ମୁସଲିମ ରୀତିନୀତି ଅନୁଯାୟୀ ବିବାହ ହୋଇଛି। ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ପରିଚାଳିତ ଠାକୁର ସତ୍ୟନାରାୟଣ ମନ୍ଦିର ପରିସରରେ ବିବାହ ସମ୍ପନ୍ନ ହୋଇଛି।
ଧାର୍ମିକ ସଦ୍ଭାବନା ଏବଂ ଭ୍ରାତୃତ୍ବଭାବର ବାର୍ତ୍ତା ପ୍ରଦାନ କରିବା ଏହି ବିବାହର ମୁଖ୍ୟ ଉଦ୍ଦେଶ୍ୟ। ତେବେ ସତ୍ୟନାରାୟଣ ମନ୍ଦିର ପରିସରରେ ବିଶ୍ବ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜିଲ୍ଲା କାର୍ଯ୍ୟାଳୟ ରହିଛି। ମନ୍ଦିର ଟ୍ରଷ୍ଟ୍ର ସାଧାରଣ ସଚିବ ବିନୟ ଶର୍ମା କହିଛନ୍ତି, ବିଶ୍ବ ହିନ୍ଦୁ ପରିଷଦ ଏହି ମନ୍ଦିର ଏବଂ ଆର୍ଏସ୍ଏସ୍ର ଜିଲ୍ଲା କାର୍ଯ୍ୟାଳୟ ପରିଚାଳନା କରୁଛି। ବିବାହ କରିଥିବା ଏହି ମୁସଲିମ ଦମ୍ପତି ପେସାରେ ଇଂଜିନିୟର।