ପରିବାରକୁ ଦୋହଲାଇ ଦେଲା ଅଜଣା ଝଡ଼, ଭାଇର ବିବାହ ପୂର୍ବରୁ ଭଉଣୀ ଉପରେ ଚଢ଼ିଗଲା ଟ୍ରକ୍

ପାଟନା: ପରିବାରକୁ ଦୋହଲାଇ ଦେଲା ଅଜଣା ଝଡ଼। ଭାଇର ବିବାହ ପୂର୍ବରୁ ଭଉଣୀ ଉପରେ ଚଢ଼ିଗଲା ଟ୍ରକ୍। ଆଉ ମାତ୍ର କିଛି ଦିନ ମଧ୍ୟରେ ଭାଇର ବାହାଘର। ପରିବାରର ସବୁ ଲୋକ ଏହାକୁ ନେଇ ଖୁସି ଥିବା ବେଳେ ଭାଇର ବିବାହକୁ ଭଉଣୀ ପ୍ରଥମେ ଯିବ ବୋଲି ଭାବିଥିଲା। ହେଲେ ତାକୁ ଜଣାନଥିଲା ଯେ, ତା’ ଭାଗ୍ୟରେ ଭାଇର ବିବାହ ଦେଖିବା ଲେଖା ନାହିଁ। ଖୁସି ହୋଇ ବିବାହ ରୀତିନୀତିରେ ସାମିଲ ହେବ ଏବଂ ଭୋଜି ଖାଇବାର ସ୍ବପ୍ନ କେଇ ସେକେଣ୍ଡରେ ମଉଳି ଯାଇଥିଲା। ନିୟନ୍ତ୍ରଣ ହରାଇ ଟ୍ରକଟି ଏଭଳି ଚଢ଼ଯିବ ବୋଲି ଭାବିନଥିଲେ ୧୦ବର୍ଷୀୟ ଲକ୍ଷ୍ମୀ।

ବିହାରର ବୈଶାଲୀ ଜିଲ୍ଲାର ଡେସ୍ରି ପୁଲିସ ଷ୍ଟେସନ ଅନ୍ତର୍ଗତ ନୟାଗାଓଁରେ ଘଟିଥିବା ଏକ ଦୁଃଖଦ ସଡକ ଦୁର୍ଘଟଣାରେ ୮ଜଣ ମୃତ୍ୟୁବରଣ କରିଥିଲେ। ଏହି ୮ଜଣଙ୍କ ମଧ୍ୟରେ ଥିଲେ ଲକ୍ଷ୍ମୀ। କେଇ ସେକେଣ୍ଡ ମଧ୍ୟରେ ବିବାହ ପାଇଁ ଘରେ ଥିବା ଖୁସିର ମାହୋଲ ବଦଳିଯାଇଥିଲା। ଲକ୍ଷ୍ମୀଙ୍କ ବାପା ଏବେ ଅଧର୍ଯ୍ୟ ହୋଇପଡ଼ିଥିବା ବେଳେ ଲକ୍ଷ୍ମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।

indiatoday

ସୂଚନା ମୁତାବକ, ନଭେମ୍ବର ୨୫ରେ ଲକ୍ଷ୍ମୀଙ୍କ ସମ୍ପର୍କୀୟ ଭାଇର ବିବାହ ହେବାର ଅଛି। ଏନେଇ ଖୁବ ଜୋରସୋରରେ ପ୍ରସ୍ତୁତି ଚାଲିଥିଲା। ଏମଧ୍ୟରେ ଲକ୍ଷ୍ମୀ  ତାଙ୍କ ଘରଠାରୁ ୧୦୦ମିଟର ଦୂରରେ ହେଉଥିବା ଏକ ଧାର୍ମିକ ଶୋଭାଯାତ୍ରା ଦେଖିବାକୁ ଯାଇଥିଲେ। ଏହି ସମୟରେ ନିୟନ୍ତ୍ରଣ ହରାଇ ଏକ ଟ୍ରକ ୮ଜଣଙ୍କ ଉପରେ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ଲକ୍ଷ୍ମୀ ସମେତ ୮ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର