ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷଙ୍କ ଦୁଇପାର୍ଶ୍ୱରେ ଦଣ୍ଡାୟମାନ ହେଉଥିବା ମାର୍ସାଲମାନେ ସୋମବାର ଦିନ ପୁନଶ୍ଚ ବନ୍ଦଗଳା ସୁଟ୍‌ ପରିଧାନ କରିଛନ୍ତି। ଏକ ସପ୍ତାହ ତଳେ ସେମାନେ ପରିଧାନ କରିଥିବା ନୂଆ ସାମରିକ ଶୈଳୀର ୟୁନିଫର୍ମକୁ ପୂର୍ବତନ ସେନାମୁଖ୍ୟ ଜେନେରାଲ୍‌ ବେଦ ପ୍ରକାଶ ମଲିକଙ୍କ ସମେତ ଅନେକେ ସମାଲୋଚନା କରିଥିଲେ। ବେଦ ପ୍ରକାଶ କହିଥିଲେ ଏହି ପୋଷାକ ବେଆଇନ୍‌ ଏବଂ ନିରାପତ୍ତା ପ୍ରତି ବିପଜ୍ଜନକ।

Advertisment

କିନ୍ତୁ, ସେମାନେ ପୂର୍ବ ଡ୍ରେସ୍‌ କୋଡ୍‌ ଅନୁଯାୟୀ ଶୀତକାଳରେ ପିନ୍ଧୁଥିବା ପଗଡ଼ି ପିନ୍ଧି ନ ଥିଲେ। ପଗଡ଼ିଟି ଟାଣୁଆ ହେଉଥିବାରୁ ଅସୁବିଧା ହେଉଛି ବୋଲି ସେମାନେ ଦର୍ଶାଇଥିଲେ।

publive-image Image Courtesy of Business Standard

ସାମରିକବାହିନୀ ଶୈଳୀର ପୋଷାକ ବିଷୟରେ ସମୀକ୍ଷା କରିବାକୁ ଗତ ମଙ୍ଗଳବାର ଦିନ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ଆଦେଶ ଦେଇଥିଲେ। ରାଜ୍ୟସଭାର ୨୫୦ତମ ଅଧିବେଶନର ପ୍ରଥମ ଦିନ ମାର୍ସାଲମାନେ ଗାଢ଼ ନୀଳ ରଙ୍ଗର ଶୀତକାଳୀନ ପୋଷାକ ଏବଂ ଉତ୍ସବାଦିରେ ବରିଷ୍ଠ ସେନା ଅଧିକାରୀମାନେ ପରିଧାନ କରୁଥିବା ଦେଉଳିଆ ଟୋପି ପିନ୍ଧି ଆସିବା ପରେ ବିବାଦର ସୂତ୍ରପାତ ହୋଇଥିଲା।

ପୂର୍ବରୁ ଶୀତକାଳରେ ମାର୍ସାଲ୍‌ମାନେ ବନ୍ଦଗଳା ସୁଟ୍‌ ଏବଂ ଗ୍ରୀଷ୍ମକାଳରେ ସଫାରି ସୁଟ୍‌ ପିନ୍ଧୁଥିଲେ।