କୋଭିଡ୍‌-୧୯ ସଂକ୍ରମଣ ରୋକିବାକୁ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: କୋଭିଡ୍‌-୧୯ ମାମଲା ହଠାତ୍‌ ବୃଦ୍ଧି ପାଇବାରୁ ସପ୍ତାହନ୍ତ କର୍ଫ୍ୟୁ ଘୋଷଣା କରିବା ଲାଗି ଦିଲ୍ଲୀ ସରକାର ସ୍ଥିର କରିଛନ୍ତି। ଗୁରୁବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବଂ ଉପରାଜ୍ୟପାଳ ଅନୀଲ ବୈଜଲ୍‌ଙ୍କ ମଧ୍ୟରେ ବୈଠକ ବସିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ କହିଛନ୍ତି, ଏପ୍ରିଲ୍‌ ୧୭ ତାରିଖ ଠାରୁ ଏହି ସପ୍ତାହନ୍ତ କର୍ଫ୍ୟୁ ଲାଗୁ ହେବ।

ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ଭୋର୍‌ ୬ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି ସେ କହିଛନ୍ତି।

Image Courtesy of The Economic Times

ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଏହି କର୍ଫ୍ୟୁରୁ ବାଦ ଦିଆଯାଇଛି। ଆନ୍ତଃରାଜ୍ୟ ପରିବହନ ମଧ୍ୟ ଏହି ସମୟରେ ଚାଲିପାରିବ।

କର୍ଫ୍ୟୁ ସମୟରେ ସବୁ ବଜାର, ମଲ୍‌ ଏବଂ ଜିମ୍‌ ବନ୍ଦ ରହିବ। ଘରେ ଥାଇ କାମ କରିବାକୁ କର୍ମଚାରୀମାନଙ୍କୁ ଅନୁମତି ଦେବା ନିମନ୍ତେ ଘରୋଇ ଅଫିସ୍‌ଗୁଡ଼ିକୁ ନିର୍ଦେଶ ଦିଆଯିବ।

ଦିଲ୍ଲୀ ସରକାରଙ୍କର ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଆଗାମୀ ଦିନମାନଙ୍କରେ ସଂକ୍ରମଣ ବୃଦ୍ଧି ଅବ୍ୟାହତ ରହିଲେ କର୍ଫ୍ୟୁ ବଢ଼ାଇ ଦିଆଯାଇ ପାରେ।

ସମ୍ବନ୍ଧିତ ଖବର