ନୂଆଦିଲ୍ଲୀ : ଦେଶରେ ସାପ୍ତାହିକ କୋଭିଡ୍ ମୃତ୍ୟୁ ପୂର୍ବାପେକ୍ଷା ଯଥେଷ୍ଟ ହ୍ରାସ ପାଇଛି। ଗତ ସପ୍ତାହରେ ମୋଟ୍ ୨,୭୮୯ କରୋନା ମୃତ୍ୟୁ ହୋଇଥିଲା। ଏହା ପୂର୍ବ ସପ୍ତାହର କରୋନା ମୃତ୍ୟୁ ତୁଳନାରେ ୨୧ ପ୍ରତିଶତ କମ୍। ଗତ ସାଢ଼େ ୫ ମାସ ମଧ୍ୟରେ ଏହା ସବୁଠୁ କମ୍ ସାପ୍ତାହିକ ମୃତ୍ୟୁ। ଅନ୍ୟପକ୍ଷେ ସାପ୍ତାହିକ ସଂକ୍ରମଣ ମାମଲା ମଧ୍ୟ ୧୬ ପ୍ରତିଶତ କମ୍ ରହିଛି। ବିଗତ ୫ ମାସ ମଧ୍ୟରେ ଗତ ସପ୍ତାହର ସଂକ୍ରମଣ ମାମଲା ସବୁଠୁ କମ୍ ରହିଛି। ଦିପାବଳୀ ପରେ ୫ ସପ୍ତାହ ଅତିକ୍ରମ କରିଯାଇଛି। କିନ୍ତୁ ଦେଶରେ ସଂକ୍ରମଣର ଦ୍ବିତୀୟ ଲହର ଦେଖିବାକୁ ମିଳିନାହିଁ। ଦିପାବଳୀ ପରଠାରୁ ଦେଶରେ ସାପ୍ତାହିକ ସଂକ୍ରମଣ ମାମଲା ପ୍ରାୟ ୩୦ ପ୍ରତିଶତ କମିଛି ଏବଂ ମୃତ୍ୟୁ ମଧ୍ୟ ୨୦ ପ୍ରତିଶତ କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭,୩୭୬ ନୂଆ ମାମଲା ଚିହ୍ନଟ ହୋଇଛି। ଜୁଲାଇ ୯ ପରେ ଏହା ଦେଶରେ ସବୁଠୁ କମ୍ ସଂକ୍ରମଣ। ଏବେସୁଦ୍ଧା ଦେଶରେ ମୋଟ୍ ୯୮ ଲକ୍ଷ ୮୪ ହଜାର ୬୯୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧ ଲକ୍ଷ ୪୩ ହଜାର ୩୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେରଳରେ ପୁଣିଥରେ ସର୍ବାଧିକ ୪,୬୯୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୩,୭୧୭ ଏବଂ ପଶ୍ଚିମବଙ୍ଗରେ ୨,୫୮୦ ସଂକ୍ରମଣ, ଦିଲ୍ଲୀରେ ୧,୯୮୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।
ସାପ୍ତାହିକ କୋଭିଡ୍ ମୃତ୍ୟୁ ୨୧% କମିଲା, ସାଢ଼େ ୫ ମାସରେ ସବୁଠୁ କମ୍
/sambad/media/post_attachments/wp-content/uploads/2020/12/corona.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)