ଚଣ୍ଡିଗଡ଼ରେ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ସପ୍ତାହରେ ଦିନେ ବିନା ବ୍ୟାଗ୍‌ରେ କ୍ଲାସ୍‌

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ସବୁ ସ୍କୁଲ୍‌ରେ ସପ୍ତାହକୁ ଗୋଟିଏ ଦିନ ‘ନୋ ବ୍ୟାଗ୍‌ ‌‌ଡେ’ ବାଧ୍ୟତାମୂଳକ କରାଯାଇଛି । ଅର୍ଥାତ୍‌ ସପ୍ତାହରେ ଗୋଟିଏ ଦିନ ଛାତ୍ରଛାତ୍ରୀମାନେ ବ୍ୟାଗ୍‌ ନନେଇ ସ୍କୁଲ୍‌ ଯିବେ। ଚଣ୍ଡିଗଡ଼ର ସମସ୍ତ ସ୍କୁଲ୍‌ରେ ଏହା ବାଧ୍ୟତାମୂଳକ ହେବ ଏବଂ ଆସନ୍ତା ସପ୍ତାହରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ସବୁ ସ୍କୁଲ୍‌ରେ ପ୍ରତି ଶନିବାର ଦିନ ଏହି ନିୟମ ଲାଗୁ ହେବ। ଚଣ୍ଡିଗଡ଼ ଶିକ୍ଷା ସଚିବ ବି ଏଲ୍‌ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ‘ନୋ ବ୍ୟାଗ୍‌ ଡେ’ରେ ପିଲାମାନେ ବ୍ୟାଗ୍‌ ନନେଇ ସ୍କୁଲ୍‌ ଆସିବେ ଏବଂ ଶ୍ରେଣୀଗୃହ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ଶିକ୍ଷା ଦିଆଯିବ।

ସମ୍ବନ୍ଧିତ ଖବର