ଟୁଇଟରରେ ଅନୁସରଣ କରିବାର ୩ସପ୍ତାହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନଫଲୋ କଲା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ହ୍ୱାଇଟ ହାଉସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟୁଇଟରରେ ଅନଫଲୋ କରିଛି। ହ୍ୱାଇଟ ହାଉସ ଆମେରିକାର ରାଷ୍ଟ୍ରପତିଙ୍କ ବାସଭବନ ହୋଇଥିବା ବେଳେ ଏହାର ଟ୍ୱିଟର ହ୍ୟାଣ୍ଡେଲରେ ୨୧ମିଲିୟନରୁ ଅଧିକ ଅନୁସରଣକାରୀ ଅଛନ୍ତି। ଏହା ଆମେରିକାରେ ଥିବା ଭାରତୀୟ ଦୂତାବାସର ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ଅନଫଲୋ କରିଥିବା ଜଣା ପଡିଛି । ତେବେ ହ୍ୱାଇଟ ହାଉସ ପକ୍ଷରୁ ଏଭଳି କରାଯିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ |

ସୂଚନା ମୁତାବକ, ୩ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ତଥା ମୋଦୀଜୀ କରିଥିବା ସାହାଯ୍ୟ ଓ ସହଯୋଗର ଏକ ବୃହତ ସମର୍ଥନରେ ହ୍ୱାଇଟ ହାଉସ୍ – ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟୁଇଟରରେ ଅନୁସରଣ କରିବା ଆରମ୍ଭ କରିଥିଲା।

Weeks after following PM Modi on twitter, White House hits ...
दैनिक भास्कर

ହ୍ୱାଇଟ ହାଉସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାଙ୍କ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁସରଣ କରିବା ପରେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପ୍ରଥମ ଅଣ-ଆମେରିକୀୟ ଭାବେ ଦୁହିଁଙ୍କୁ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଅନୁସରଣ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହ୍ୱାଇଟ ହାଉସ ଟ୍ୱିଟରରେ କେବଳ ୧୯ଟି ଟ୍ୱିଟର ଆକାଉଣ୍ଟ ଅନୁସରଣ କରୁଥିଲା, ଯେଉଁଥିରୁ ପିଏମ ମୋଦୀ ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କ ବ୍ୟତୀତ ଅନ୍ୟ କୌଣସି ଅଣ-ଆମେରିକୀୟ ନେତା ନଥିବା ଜଣା ଯାଇଥିଲା। ବର୍ତ୍ତମାନ ହ୍ୱାଇଟ ହାଉସ ମାତ୍ର ୧୩ଜଣଙ୍କୁ ଅନୁସରଣ କରୁଥିବା ଜଣା ପଡିଛି | ପୂର୍ବରୁ ହ୍ୱାଇଟ ହାଉସ ଦ୍ୱାରା ଅନୁସରଣ କରାଯାଇଥିବା ଭାରତ କେନ୍ଦ୍ରିକ ହ୍ୟାଣ୍ଡେଲରେ @ନରେନ୍ଦ୍ରମୋଦୀ – ପିଏମ ମୋଦୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ, @ପିଏମ ଇଣ୍ଡିଆ – ଭାରତର ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ହ୍ୟାଣ୍ଡେଲ @ରାଷ୍ଟ୍ରପତିଭବନ – ରାଷ୍ଟ୍ରପତି ଭବନର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ରହିଥିଲା ।

ସମ୍ବନ୍ଧିତ ଖବର