ନିରବ ମୋଦିଙ୍କ ସହ ସଂପର୍କ ଛିନ୍ନ କଲା ବିଶ୍ୱ ଅର୍ଥନୈତିକ ଫୋରମ୍

ନୂଆଦିଲ୍ଲୀ: ନିରବ ମୋଦିଙ୍କ ବିରୋଧରେ ଭାରତରେ ମାମଲା ରୁଜ୍ଜୁ ହୋଇଥିବାରୁ ଓ ଇଣ୍ଟରପୋଲ ଲୁକ ଆଉଟ୍‌ ନୋଟିସ୍‌ ଜାରି କରିଥିବାରୁ ଡୋଭାସସ୍ଥିତ ବିଶ୍ୱ ଅର୍ଥନୈତିକ ଫୋରମ୍(ଡବ୍ଲୁଇଏଫ) ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି । ନିରବଙ୍କ କମ୍ପାନି ଫାୟାରଷ୍ଟାର ଇଣ୍ଟରନାସନାଲ ସହିତ ନିଜର ସଂପର୍କକୁ ଛିନ୍ନ କରିଛି  ବିଶ୍ୱ ଅର୍ଥନୈତିକ ଫୋରମ ଆୟୋଜନକାରୀ ସଂସ୍ଥା ସ୍ୱାବ୍‌ ଫାଉଣ୍ଡେସନ । ଗତ ୨୦୦୩ରୁ ନିରବ ଡବ୍ଲୁଇଏଫର ପାର୍ଟନର ଥିଲେ । ଏବେ ଏହି ସହଯୋଗିତାକୁ ବାତିଲ କରାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ଜାନୁୟାରି ମାସରେ ଡାଭୋସଠାରେ ହୋଇଥିବା ଡବ୍ଲୁଇଏଫ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେଇଥିଲେ । ସେଠାରେ ଭାରତୀୟ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସହ ମୋଦି ଉଠାଇଥିବା ଫଟୋରେ ନିରବ ମୋଦି ରହିଥିବାରୁ ବିରୋଧୀ ଦଳ ତାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି । ତେବେ ନିରବଙ୍କୁ ଏହି ପ୍ରତିନିଧିମଣ୍ଡଳୀରେ ସାମିଲ କରାଯାଇ ନ ଥିଲା,  ଫୋରମର ଜଣେ ସହଯୋଗୀଭାବେ ଫଟୋ ଉଠାଇବା ବେଳକୁ ପଶି ଆସିଥିଲେ ବୋଲି ଶିଳ୍ପ ସଂଗଠନ ସିଆଇଆଇ ସଫେଇ ଦେଇଛି ।

ସମ୍ବନ୍ଧିତ ଖବର