୭୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଯୌନ ନିର୍ଯାତନା ମାମଲା

ଆତ୍ମସମର୍ପଣ କଲେ ଫିଲ୍ମ ନିର୍ମାତା ହାର୍ଭେ େଓ୍ଵନଷ୍ଟିନ୍‌

ନୂଆଦିଲ୍ଲୀ: ହଲିଉଡ୍‌ର ପ୍ରଖ୍ୟାତ ଫିଲ୍ମ ନିର୍ମାତା ହାର୍ଭେ େଓ୍ଵନଷ୍ଟିନ୍‌ ଆଜି ଯୌନ ନିର୍ଯାତନା ମାମଲାରେ ନ୍ୟୁୟର୍କ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୮ ମାସ ପୂର୍ବରୁ େଓ୍ଵନଷ୍ଟିନ୍‌ଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ମାମଲା ନେଇ ଏବେ ମାହନାଟ୍ଟନ୍‌ ଜଲ୍ଲା ଏଟର୍ଣ୍ଣି ଅଫିସରେ ତଦନ୍ତ ଚାଲିଥିବାବେଳେ େଓ୍ଵନଷ୍ଟିନ୍‌ ଆଜି ନିଜ ପକ୍ଷରୁ ଏହି ଦୁଷ୍କର୍ମ ଅପରାଧ ମାମଲା ସାମ୍ନା କରିବାପାଇଁ ନ୍ୟୁୟର୍କ ସିଟି ପୁଲିସ ଷ୍ଟେସନ୍‌ରେ ଆତ୍ମସମର୍ପଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ୭୦ରୁ ଊର୍ଦ୍ଧ୍ୱ ମହିଳା ମିରାମାକ୍ସ ଫିଲ୍ମ ଷ୍ଟୁଡିଓର ସହ ପ୍ରତିଷ୍ଠାତା େଓ୍ଵନଷ୍ଟିନ୍‌ଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ସମ୍ପର୍କରେ ପ୍ରଥମେ ଗତବର୍ଷ ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ହୋଇଥିଲା। ଏହା ପରେ ଅନେକ ସଂଖ୍ୟାରେ ମହିଳା ସଂଗଠନ େଓ୍ଵନ୍‌ଷ୍ଟିନ୍‌ଙ୍କୁ ତୁରନ୍ତ ଗରିଫ କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର