ପାଟନା: ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ସେମାନେ ନିର୍ବାଚନ ଫଳାଫଳ ବିଶ୍ଳେଷଣ କରୁଛନ୍ତି ଏବଂ ‘ଏନ୍ଡିଏ’ ମୁଖ୍ୟମନ୍ତ୍ରୀତ୍ବ କଥା ସ୍ଥିର କରିବ। ୨୦୨୦ ବିହାର ବିଧାନସଭା ନିର୍ବାଚନରେ ‘ବିଜେପି-ଜେଡି(ୟୁ)-ଏଚ୍ଏଏମ୍-ଭିଆଇପି’ ମେଣ୍ଟ ବିଜୟୀ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀ।
ସେ କହିଲେ, ଜନତାଙ୍କ ନିଷ୍ପତ୍ତି ‘ଏନ୍ଡିଏ’ ସରକାର ଗଢ଼ିବ।
Image Courtesy of India.comଏପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇନାହିଁ। ଆହୁରି ତିନି ଚାରି ଦିନ ଲାଗି ପାରେ ବୋଲି ଶପଥ ଗ୍ରହଣ ଉତ୍ସବ ପ୍ରସଙ୍ଗ ପ୍ରଶ୍ନର ଉତ୍ତର ଦେଇ ‘ଜେଡି(ୟୁ) ମୁଖ୍ୟ ନୀତୀଶ କୁମାର କହିଛନ୍ତି। ସେ କହିଛନ୍ତି, ଶପଥ ଗ୍ରହଣ ଉତ୍ସବ ଦୀପାବଳି ପରେ କି, ଛଟ୍ ପରେ ଆୟୋଜନ ହେବ, ତାହା ସ୍ଥିର ହୋଇନାହିଁ। ଆମେ ଏହି ନିର୍ବାଚନର ଫଳାଫଳ ବିଶ୍ଳେଷଣ କରୁଛୁ। ଆସନ୍ତାକାଲି ଚାରିଟିଯାକ ଦଳର ନେତାମାନେ ଏକତ୍ର ହେବେ।
ସେ ମୁଖ୍ୟମନ୍ତ୍ରୀ ହେବା ନ ହେବା ପ୍ରସଙ୍ଗରେ ସୂଚନା ଦେଇ କହିଲେ, ‘ଏନ୍ଡିଏ’ ବୈଠକରେ ନିଷ୍ପତ୍ତି ନିଆଯିବ। ଆମେ ଫଳାଫଳ ବିଶ୍ଳେଷଣ କରୁଛୁ। ପ୍ରତି ଆସନ ବିଶ୍ଳେଷଣ ହେଉଛି। ଭୋଟ୍ ବ୍ୟାଙ୍କ୍ରୁ ଭୋଟ୍ ହ୍ରାସ ପାଇବା କଥା ବି ବିଶ୍ଳେଷଣ କରୁଛୁ। ମୁଁ ଦାବି କରିନାହିଁ। ‘ଏନ୍ଡିଏ’ ନିଷ୍ପତ୍ତି ନେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Nitish_Kumar.jpeg)