ନୂଆଦିଲ୍ଲୀ: ନିର୍ବାଚନ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏକ ବିଶେଷ ସାକ୍ଷାତକାର ଏବେ ଦେଖିବାକୁ ମିଳିଛି। ସୀତାରମଣ ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ବିଜେପି ନେତୃତ୍ୱାଧୀନ ଏନଡିଏ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ସେ ତାଙ୍କର ସାକ୍ଷାତକାରରେ କହିଛନ୍ତି ଯେ ଲୋକମାନେ ଶାସନରେ ସ୍ଥିରତା ଏବଂ ନିଶ୍ଚିତତା ଚାହୁଁଛନ୍ତି।
ଇଣ୍ଡିଆ ଟୁଡେ ଟିଭି ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ‘‘ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପ ଦେଖିବା ପରେ ଦେଶର ଲୋକମାନେ ପୁଣି ଥରେ ବିଜେପି ଚୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରାମରେ ଶାସନ କ୍ଷମତାକୁ ଆସୁଛନ୍ତି। ଆମେ ପୁଣି ଥରେ ଫେରି ଆସୁଛୁ। କାରଣ ଲୋକମାନେ ଏକ ସ୍ଥିର ସରକାର ଏବଂ ସରକାରରେ ନିଶ୍ଚିତତା ଚାହୁଁଛନ୍ତି। ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଯାହା କରିଛନ୍ତି ତାହା ଲୋକମାନେ ଦେଖିଛନ୍ତି।"
"ଲୋକମାନଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଏବଂ ଆପଣ ଦେଖିପାରିବେ ଯେ ମତଦାନରେ ମହିଳା ଏବଂ ଯୁବକମାନେ ଲମ୍ବା ଧାଡିରେ ଠିଆ ହୋଇଛନ୍ତି। ମହିଳାମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଯୋଜନାର ଲାଭ ପାଇଛନ୍ତି। କେବଳ ଶପଥ ନୁହେଁ ବରଂ ଶପଥ ପୂରା ହେବାର ବି ଅଙ୍ଗେ ନିଭାଇଛନ୍ତି’’ ବୋଲି ସୀତାରଣମ ମତ ରଖିଛନ୍ତି। ଆଦିବାସୀମାନଙ୍କ ପାଇଁ କରାଯାଇଥିବା ବିକାଶମୂଳକ କାର୍ଯ୍ୟକୁ ନେଇ ମଧ୍ୟ ସୀତାରମଣ ମୋଦୀଙ୍କ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Untitled-119.jpg)