ଜେନେଭା: କରୋନା ଭୂତାଣୁର ଡେଲଟା ଭାରିଆଣ୍ଟ ପାଇଁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ଆଜି କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ନେଇ ବିଶ୍ୱକୁ ଚେତାବନୀ ଦେଇଛନ୍ତି |
ସେ କହିଛନ୍ତି ଯେ, ୧୧୧ଦେଶରେ ଏବେ କରୋନାର ଡେଲଟା ଭାରିଆଣ୍ଟ ଲୋକଙ୍କୁ ସଂକ୍ରମିତ କଲାଣି | ଯଦି ଏବେଠୁ ସତର୍କ ନହେବା ତେବେ ଏହା ପୂର୍ବ ଭାରିଆଣ୍ଟ ଭଳି ସାରା ବିଶ୍ୱରେ ତାଣ୍ଡବ ରଚିବ | ବର୍ତ୍ତମାନ କିଛି ଦେଶରେ ସଂକ୍ରମଣ କମ ରହିଥିବା ବେଳେ ଲୋକେ କରୋନା କଟକଣା ମାନୁନଥିବା ଦେଖାଯାଇଛି | ଏହା ଡେଲଟା ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ହେବାର କାରଣ ହେବା ସହ ଅଧିକ ଲୋକେ ସଂକ୍ରମିତ ହେବେ ଏବଂ ମୃତ୍ୟୁମୁଖରେ ପଡିବେ |
/sambad/media/post_attachments/wp-content/uploads/2020/05/covid-19-5000501_1920-e1588673647966.jpg)
ଗତ କିଛି ଦିନ ହେଲା ଦେଶରେ ସଂକ୍ରମଣ ୪୦ ହଜାର ତଳକୁ ରହୁଥିବା ବେଳେ ଆଜି ଏହା ପୁଣି ୪୦ହଜାର ଟପିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୮୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ପୁଣି ୫୮୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଲକଡାଉନ ଖୋଲିବା ପରେ ପରେ ଭୂତାଣୁ ପୁଣି ଠାରେ ନିଜ କାୟା ବିସ୍ତାର କରିବା ଆରମ୍ଭ କରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/t-101.jpg)