ଶରଦ ପାଓ୍ଵାର ଓ ଉଦ୍ଧବ ଠାକ୍‌ରେଙ୍କ ଫୋନ୍‌ ଟ୍ୟାପିଂ ଘଟଣାର ତଦନ୍ତ ପାଇଁ ଗଠିତ ହେଲା ୨ ଜଣିଆ କମିଟି

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭୀସ୍‌ଙ୍କ ଶାସନ କାଳରେ ମହାରାଷ୍ଟ୍ରର ଅନ୍ୟ ରାଜନୈତିକ ଦଳ ନେତାମାନଙ୍କର ଫୋନ୍‌ ଟ୍ୟାପିଂ କରା ଯାଉଥିଲା ନା ନାହିଁ ତାହାର ତଦନ୍ତ କରିବା ପାଇଁ ଦୁଇ ଜଣିଆ ସଦସ୍ୟ ବିଶିଷ୍ଟ ଏକ ତଦନ୍ତ କମିଟି ଗଠନ କରାଯିବ।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ମାସରେ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଅଭିଯୋଗ କରି କହିଥିଲେ ଯେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାଓ୍ଵାର, ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ଶିବସେନାର ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ରାଉତଙ୍କର ଟେଲିଫୋନ୍‌କୁ ଲୋକସଭା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭୀସ୍‌ଙ୍କ ନିର୍ଦ୍ଦେଶ କ୍ରମେ ଟ୍ୟାପିଂ କରା ଯାଉଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭୀସ୍‌ ଗୃହ ବିଭାଗକୁ ନିଜ ନିକଟରେ ରଖିଥିଲେ।

Daily Hunt

ତେବେ, ଫୋନ୍‌ ଟ୍ୟାପିଂର ଅଭିଯୋଗ ଆସିବା ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀକାନ୍ତ ସିଂହ ଓ ଗୁଇନ୍ଦା ବିଭାଗର ଯୁଗ୍ମ କମିଶନର ଅମିତେଶ କୁମାରଙ୍କୁ ନେଇ ଏକ କମିଟି ଗଠନ ହୋଇଛି। ଏହି ଦୁଇ ଜଣିଆ କମିଟି ଏହି ଫୋନ୍‌ ଟ୍ୟାପିଂ ଅଭିଯୋର ତଦନ୍ତ କରି ୬ ସପ୍ତାହ ମଧ୍ୟରେ ସେମାନଙ୍କର ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି ବର୍ତ୍ତମାନର ଗୃହମନ୍ତ୍ରୀ ଅନୀଲ ଦେଶମୁଖ।

ସମ୍ବନ୍ଧିତ ଖବର