ବିଶ୍ୱକପ୍‌ ସେମିଫାଇନାଲରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ହାରିବା-ଜିତିବା ଜୀବନର ଅଂଶବିଶେଷ

ନୂଆଦିଲ୍ଲୀ: ମଂଚେଷ୍ଟରସ୍ଥିତ ଓଲଡ୍‌ ଟ୍ରାଫେଡ ପଡ଼ିଆରେ ବୁଧବାନ ନ୍ୟୁଜିଲାଣ୍ଡ ୧୮ ରନ୍‌ରେ ଭାରତକୁ ସେମିଫାଇନାଲ ମ୍ୟାଚ୍‌ରେ ପରାସ୍ତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ହାରିବା ପରେ ମୋଦୀ କହିଛନ୍ତି, ଭାରତୀୟ ଟିମ୍‌ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଶୁଭେଚ୍ଛା ଜଣାଉଛି। ମୋଦୀ ଟୁଇଟ୍‌ରେ ଲେଖିଛନ୍ତି, ହାରିବା-ଜିତିବା ଜୀବନର ଅଂଶବିଶେଷ। ମ୍ୟାଚର ଫଳାଫଳ ନିରାଶଜନକ କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତିମ ସମୟ ପର୍ଯ୍ୟନ୍ତ ଖେଳିଛି, ତାହା ହେଉଛି ସବୁଠାରୁ ବଡ଼ କଥା। ଭାରତୀୟ ଟିମ୍‌କୁ ନେଇ ଆମେ ଗର୍ବ କରୁଛୁ ବୋଲି ମୋଦୀ କହିଛନ୍ତି।

ସୂଚନାଯୋଗ୍ୟ, ଆଇସିସି ବିଶ୍ୱକପ୍‌ ୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ବୁଧବାର ଭାରତକୁ ୧୮ ରନ୍‌ରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ଫାଇନାଲରେ ଜୁଲାଇ ୧୧ରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ (ଅଷ୍ଟ୍ରେଲିଆ-ଇଂଲଣ୍ଡ)ରେ ବିଜୟୀ ଟିମ୍‌କୁ ଭେଟିବ। ଭାରତ ୪୯.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୨୧ ରନ୍‌ କରିଥିଲା। ଟିମ୍‌ ଇଣ୍ଡିଆ ପାଇଁ ଆଶାର ସଂଚାର ମହେନ୍ଦ୍ର ସିଂହ ଧୋନି (୫୦ ରନ୍‌)ଙ୍କ ଆଉଟ୍‌ ସବୁଠାରୁ ବଡ଼ କ୍ଷତି। ରବୀନ୍ଦ୍ର ଜାଦେଜା (୭୭ ରନ୍‌, ୫୯ ବଲ, ୪ ଚୌକା, ୪ ଛକା) ୪୨.୫ ଓଭରରେ ଟ୍ରେଣ୍ଟ ବୋଲଟ୍‌ଙ୍କ ବଲ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୪୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା।

ସମ୍ବନ୍ଧିତ ଖବର