ଆସନ୍ତା କାଲି ପଶ୍ଚିମବଙ୍ଗରେ ୬ଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ : ମୈଦାନରେ ୮୭ ଦାଗୀ ପ୍ରାର୍ଥୀ

ନୂଆଦିଲ୍ଲୀ :  ଆସନ୍ତା କାଲି ପଶ୍ଚିମବଙ୍ଗରେ ୬ଷ୍ଠ  ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏହା ପୂର୍ବରୁ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର) ପକ୍ଷରୁ ଏହି ପର୍ଯ୍ୟାୟରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ଅପରାଧିକ ପୃଷ୍ଠଭୂମି, ଅର୍ଥନୈତିକ ସ୍ଥିତି, ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ୬ଷ୍ଠ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦିତା କରୁଥିବା ୩୦୬ ପ୍ରାର୍ଥୀଙ୍କ ମଧ୍ୟରୁ ୮୭ ଜଣ ବା ୨୮ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୭୧ ଜଣ ବା ୨୩ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧିକ ମାମଲା (ହତ୍ୟା, ହତ୍ୟା ଉଦ୍ୟମ, ନାରୀ ବିରୋଧୀ ଅପରାଧ ଇତ୍ୟାଦି) ରହିଛି । ସିପିଆଇ(ଏମ)ର ସର୍ବାଧିକ ୬୧ ପ୍ରତିଶତ, ବିଜେପିର ୫୮ ପ୍ରତିଶତ ଓ ଟିଏମସିର ୫୬ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି ।

ଅନ୍ୟପକ୍ଷରେ, ତୃଣମୂଳ କଂଗ୍ରେସ (ଟିଏମସି)ରେ ସବୁଠାରୁ ଅଧିକ କୋଟିପତି ପ୍ରାର୍ଥୀ ରହିଛନ୍ତି । ୬ଷ୍ଠ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦିତା କରୁଥିବା ୩୦୬ ପ୍ରାର୍ଥୀଙ୍କ ମଧ୍ୟରୁ ୬୬ ଜଣ ବା ୨୨ ପ୍ରତିଶତ ପ୍ରାର୍ଥୀ କୋଟିପତି  । ତୃଣମୂଳ କଂଗ୍ରେସର ସର୍ବାଧିକ ୬୫ ପ୍ରତିଶତ ପ୍ରାର୍ଥୀ କୋଟିପତି ଥିବାବେଳେ ବିଜେପିର ୪୪ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି ।

ସମ୍ବନ୍ଧିତ ଖବର