ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସିଲିଗୁଡ଼ିରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ଲୁଟେରାକୁ ଏକ ପ୍ରିଜନ ଭ୍ୟାନରେ ବସାଇ ପୁଲିସ ନେଉଥିବା ଦେଖିବାକୁ ମିଳୁଛି। ତେବେ ପୁଲିସ ହାତରେ ଧରାପଡ଼ିବା ପରେ ବି ଲୁଟେରାର ନିଜ କର୍ମକୁ ନେଇ କୌଣସି ପଶ୍ଚତାପ ନଥିବା ‌ଜଣାପଡ଼ୁଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ପୁଲିସର ପ୍ରିଜନ ଭ୍ୟାନରେ ବସି ଜଣେ ଅଭିଯୁକ୍ତ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ  ସେ ସିନେମା ‘ପୁଷ୍ପା’ର ସଂଳାପ କହୁଛି।

ସୂଚନାଯୋଗ୍ୟ, ଅଭିଯୁକ୍ତର ନାମ ମହମ୍ମଦ ଅଫଜଲ। ମହମ୍ମଦକୁ ମିଳିଗୁଡ଼ିର ମାଟିଗାଡା ଥାନା ପୁଲିସ ଚୋରି ଅଭିଯୋଗରେ ଗିରଫ କରିଥିଲା। ଗିରଫ ପରେ ମହମ୍ମଦ ନିକଟରୁ ପୁଲିସ ଚୋରିର ଅନେକ ସାମଗ୍ରୀ ମଧ୍ୟ ଜବତ କରିଥିଲା। ଏସମୟରେ ଅଭିଯୁକ୍ତକୁ ଲୋକେ କିଛିଟା ପ୍ରଶ୍ନ କରିଥିଲେ।

ମହମ୍ମଦ ଏହାର ଉତ୍ତର ଦେବାକୁ ଯାଇ ସିନେମା ‘ପୁ‌ଷ୍ପା’ର ସଂଳାପ କହିବା ଆରମ୍ଭ କରିଥିଲା। ଭିଡିଓରେ ଏହା ବି ଶୁଣିବାକୁ ମିଳୁଛି କି ତାକୁ କିଛି ଲୋକ ପ୍ରଶ୍ନ କରୁଛନ୍ତି,‘ କାଲି କେଉଁଆଡେ ଯାଇଥିଲୁ? ଏହାର ଉତ୍ତର ଦେଇ ମହମ୍ମଦ କହୁଛି, ‘ ମୁଁ ହତ୍ୟା କରିବାକୁ ଯାଇଥିଲି।’

ଏହାପରେ ତାକୁ ଚୋରି ବିଷୟରେ ପଚରା ଯିବାରୁ ସେ ରାଗି ଯାଇ କହୁଛି, ‘ଆରେ ସାଙ୍ଗମାନେ ମୁଁ ଚୋର ନୁହେଁ। ମୁଁ ହେଉଛି ଲୁଟେରା। ମୁଁ ଲୋକଙ୍କ ଠାରୁ ଲୁଟ କରେ। ପୁ‌‌ଷ୍ପା ଝୁକେଗା ନେହିଁ... ନାମ ହେ ପୁଷ୍ପା... ଝୁକେଗା ନେହିଁ।’